ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ନୂଆଦିଲ୍ଲୀ : ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ବିଶ୍ୱ ମ୍ୟାଲେରିଆ ଦିବସ । ମ୍ୟାଲେରିଆ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୫ ଏପ୍ରିଲରେ ଏହି ଦିନକୁ ବିଶେଷ ଭାବେ ପାଳନ କରାଯାଏ । ମଶା କାମୁଡିବା ଦ୍ୱାରା ଏହି ରୋଗ ହୋଇଥାଏ । ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରିବା ପାଇଁ ପ୍ରତିବର୍ଷ ଏକ ସ୍ୱତନ୍ତ୍ର ଥିମ୍ ରଖାଯାଏ । ଏହି ବର୍ଷର ସ୍ୱତନ୍ତ୍ର ଥିମ୍ ହେଉଛି ”Ready To Combat Malaria” । ଏହି ଥିମର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ମ୍ୟାଲେରିଆର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସଚେତନ କରାଇବା । ମଶା କାମୁଡ଼ିବାକୁ ଅଣଦେଖା କରିବା ନାହିଁ । ଯାହା ଦ୍ୱାରା ରୋଗୀ ଆହୁରି ସାଂଘାତିକ ହୋଇପାରେ।

ତେବେ ମ୍ୟାଲେରିଆ ସମୟରେ ରୋଗୀର ଖାଦ୍ୟ ଏବଂ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଭଳି କିଛି ଖାଦ୍ୟ ଅଛି, ଯାହାକୁ ମ୍ୟାଲେରିଆ ରୋଗୀ ଆଦୌଂ ଖାଇବା ଉଚିତ୍ ନୁହେଁ । ଏପରି ପରିସ୍ଥିତିରେ ରୋଗୀ କେଉଁ ଖାଦ୍ୟ ଖାିବ ଏବଂ ଖାଦ୍ୟ ଖାଇବ ନାହିଁ, ଆସନ୍ତୁ ସେ ବିଷୟରେ ଜାଣିବା..

ମ୍ୟାଲେରିଆ ରୋଗୀମାନେ ଭୁଲରେ ମଧ୍ୟ ଏହି ଜିନିଷ ଖାଇବା ଉଚିତ୍ ନୁହେଁ-

ଚର୍ବିଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ-  ଚର୍ବି ଜାତୀୟ ଖାଦ୍ୟ ଯେପରି ଘିଅ, ତେଲ, ବଟର, କ୍ରିମ୍ ଆଦି ସୀମିତ ପରିମାଣରେ ଖାଇବା ଉଚିତ୍ । ଏହି ଖାଦ୍ୟ ଖାଇବା ଦ୍ୱାରା ରୋଗୀ ବାନ୍ତି କିମ୍ବା ଅସହଜ ଅନୁଭବ କରିପାରନ୍ତି ।

ମସଲାଯୁକ୍ତ ଖାଦ୍ୟ- ମ୍ୟାଲେରିଆ ରୋଗୀମାନେ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ ।

ଉଚ୍ଚ ଫାଇବର ଖାଦ୍ୟ-  ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଅଧିକ ପତ୍ରଯୁକ୍ତ ପନିପରିବା, ମୋଟା ଚୋପା ଥିବା ଫଳ, ଶସ୍ୟ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ।

କଫିନ୍ ପାନୀୟ-  ମ୍ୟାଲେରିଆରେ ପୀଡିତ ରୋଗୀ ଚା, କଫି ପରି ଅଧିକ ପରିମାଣର କ୍ୟାଫିନଯୁକ୍ତ ଜିନିଷ ଖାଇବା ଉଚିତ୍ ନୁହେଁ।

ଏହି ଜିନିଷଗୁଡିକରୁ ମଧ୍ୟ ଦୂରେଇ ରୁହନ୍ତୁ-

ମ୍ୟାଲେରିଆ ରୋଗୀ ସବୁଜ ପତ୍ରଯୁକ୍ତ ପନିପରିବା, ମୋଟା ଚୋପା ଫଳ, ଶସ୍ୟ, ମଇଦା ଏବଂ ଅତ୍ୟଧିକ ମିଠା ଜିନିଷ ନ ଖାଇବା ଭଳ । ଏହା ବ୍ୟତୀତ ମ୍ୟାଲେରିଆ ରୋଗୀ ଅତ୍ୟଧିକ ଗରମ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା କରିବା ଦ୍ୱାରା ତାଙ୍କର ପେଟ ଜନିତ ସମସ୍ୟା ହୋଇପାରେ ।

Related Articles

Back to top button