ପୁଣି ମହଙ୍ଗା ହେବ ଟ୍ୱିଟର ବ୍ଲୁ ସବସ୍କ୍ରିପସନ ସେବା

ନୂଆଦିଲ୍ଲୀ: ଟ୍ୱିଟର ବ୍ଲ’କୁ ନେଇ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ଦୁଇଦିନ ତଳେ ଆଣ୍ଡ୍ରଏଡ ୟୁଜର୍ସଙ୍କ ଟ୍ୱିଟର ବ୍ଲୁ ସବସ୍କ୍ରିପସନ ପାଇଁ କମ୍ପାନୀ ପକ୍ଷରୁ ପ୍ରାଇସ୍ ଘୋଷଣା କରାଯାଇଥିଲା । ଉକ୍ତ ଘୋଷଣା ମୁତାବକ, ଆଣ୍ଡ୍ରଏଡ ୟୁଜର୍ସଙ୍କୁ ଏହି ସବସ୍କ୍ରିପସନ ପାଇଁ ମାସକୁ ୧୧ ଡଲାର ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା । ଆଇଓଏସ୍ ସବସ୍କ୍ରାଇବର୍ସଙ୍କ ପାଇଁ ମଧ୍ୟ ଏହି ଦର ସମାନ ରହିବ ବୋଲି କୁହାଯାଇଥିଲା । । ମାସିକ ଚାର୍ଜ ଅପେକ୍ଷା ବାର୍ଷିକ ପ୍ଲାନରେ ୟୁଜର୍ସଙ୍କୁ କମ୍ପାନୀ ଶସ୍ତା ସେବା ପ୍ରଦାନ କରିଥିଲା । ଗୁଗଲ ଆଣ୍ଡ୍ରଏଡ ୟୁଜର୍ସ ମାସକୁ ୧୧ ଡଲାର ଦେଇ ଟ୍ୱିଟର ବ୍ଲୁ’ର ମାସିକିଆ ସବସ୍କ୍ରିପସନ ନେଇପାରିବେ ବୋଲି ଟ୍ୱିଟର ୱେବସାଇଟରେ କୁହାଯାଇଥିଲା ।

ତେବେ ଟ୍ୱିଟର ବ୍ଲୁ ପୁଣି ମହଙ୍ଗା ହେବ ବୋଲି କମ୍ପାନୀର ମାଲିକ ଏଲନ ଘୋଷଣା କରିଛନ୍ତି । ନିକଟରେ ବ୍ଲୁ ସବସ୍କ୍ରିପସନ ଫିଚର ଲଞ୍ଚ କରାଯାଇଥିବା ବେଳେ ଏଥିପାଇଁ ୟୁଜର୍ସ ପେଡ୍ ସର୍ଭିସ ନେଇପାରିବେ । ତେବେ ଟ୍ୱିଟର ବ୍ଲୁ ଟିକ ସହିତ ୟୁଜର୍ସଙ୍କୁ ଅନ୍ୟ ଫିଚର ମଧ୍ୟ ମିଳିବ । ଏଥିପାଇଁ ୟୁଜର୍ସଙ୍କୁ ୮ ଡଲାରରୁ ଆରମ୍ଭ କରି ୧୧ ଡଲାର ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ । ଏବେ ୟୁଜର୍ସଙ୍କ ପାଇଁ ଟ୍ୱିଟର ବ୍ଲୁ ପୂର୍ବାପେକ୍ଷ ଅଧିକ ମହଙ୍ଗା ସାବ୍ୟସ୍ତ ହେବ । ଏଲନ ଏ ବାବଦରେ ଟ୍ୱିଟ୍ କରି ସୂଚନା ଦେଇଥିବା ବେଳେ କମ୍ପାନୀ ପକ୍ଷରୁ ଅଫିସିଆଲ ଭାବେ କିଛି କୁହାଯାଇନାହିଁ । ଅଧିକ ମହଙ୍ଗା ଯୁକ୍ତ ସବସ୍କ୍ରିପସନ ପାଇଁ ୟୁଜର୍ସଙ୍କୁ ଜିରୋ ଆଡ୍ ମିଳିବ । ଆଗାମୀ ଦିନରେ ଏ ନେଇ ଅଧିକ ଅପଡେଟ୍ ଆସିବାର ସମ୍ଭାବନା ରହିଛି ।

Related Articles

Back to top button