
ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ପ୍ରତ୍ୟାବର୍ତ୍ତନକୁ ପୁଣି ଥରେ ରଖାଯାଇଛି ସ୍ଥଗିତ
ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ପ୍ରତ୍ୟାବର୍ତ୍ତନକୁ ପୁଣି ଥରେ ସ୍ଥଗିତ ରଖାଯାଇଛି। ସେ ଯେଉଁ ବୋଇଂ ଷ୍ଟାରଲାଇନରରେ ଯାଇଥିଲେ, ସେଥିରେ ଅନେକ ବୈଷୟିକ ତ୍ରୁଟି ରହିଛି। ସୁନୀତା ୱିଲିୟମ୍ସ ଜୁନ୍ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ। ଏକ ସପ୍ତାହ ମହାକାଶରେ ରହିବା ପରେ ସେ ଚଳିତ ମାସ ୧୪ ତାରିଖରେ ଫେରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ତାଙ୍କ ଫେରିବାରେ ବିଳମ୍ବ ହୋଇଥିଲା। ସେମାନଙ୍କ ଫେରିବାର ନୂଆ ତାରିଖ ବିଷୟରେ ନାସା ଏପର୍ଯ୍ୟନ୍ତ କିଛି କହିନାହିଁ।