କେନ୍ଦ୍ରୀୟ ବିଭାଗରେ ଖାଲି ପଡିଥିବା ପ୍ରାୟ ୧୦ ଲକ୍ଷ ନିଯୁକ୍ତି ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ବିଭାଗରେ ବହୁ ସଂଖ୍ୟକ ପଦବୀ ଖାଲି ପଡ଼ିଛି। ଏହି ସୂଚନାକୁ ଲୋକସଭାରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ମାର୍ଚ୍ଚ ୧, ୨୦୨୧ ପର୍ଯ୍ୟନ୍ତ ଦେଶର ସମସ୍ତ କେନ୍ଦ୍ରୀୟ ବିଭାଗ ଏବଂ ମନ୍ତ୍ରଣାଳୟରେ ପ୍ରାୟ ୯.୭୯ ଲକ୍ଷ ପଦବୀ ଖାଲି ଥିଲା। ଏହି ବିଭାଗ ଏବଂ ମନ୍ତ୍ରଣାଳୟ ପାଇଁ ଅନୁମୋଦିତ ପୋଷ୍ଟଗୁଡିକ ପାଖାପାଖି ୪୦.୩୫ ଲକ୍ଷ ଅଟେ।

ବ୍ୟୟ ବିଭାଗର ପେ ରିସର୍ଚ୍ଚ ୟୁନିଟର ବାର୍ଷିକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧, ୨୦୨୧ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ୪୦,୩୫,୨୦୩ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିମଧ୍ୟରୁ ପ୍ରାୟ ୯.୭୯ ଲକ୍ଷ ଖାଲି ଥିଲା ଏବଂ ପ୍ରାୟ ୩୦,୫୫,୮୭୬ କର୍ମଚାରୀ ପଦବୀରେ ପୋଷ୍ଟ କରାଯାଇଥିଲା। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଲିଖିତ ଉତ୍ତର ଆକାରରେ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରୀୟ ବିଭାଗରେ ପଦବୀରେ ନିଯୁକ୍ତି ସଂପୃକ୍ତ ବିଭାଗର ଦାୟିତ୍ୱ ଏବଂ ଏହା ଏକ ନିରନ୍ତର ପ୍ରକ୍ରିୟା।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ସମସ୍ତ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟକୁ ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଖାଲି ପଡ଼ିଥିବା ୧୦ ଲକ୍ଷ ପଦବୀରେ ନିଯୁକ୍ତି ଦେବାକୁ କହିଥିଲେ। ମିଶନ ମୋଡରେ ଏହି ପୁରା ନିଯୁକ୍ତି ପ୍ରକ୍ରିୟା କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଲୋକସଭାରେ ଅନ୍ୟ ଏକ ସୂଚନା ଦେବାବେଳେ ଜିତେନ୍ଦ୍ର ସିଂ କହିଛନ୍ତି ଯେ ମାର୍ଚ୍ଚ ୩ ତାରିଖ ସୁଦ୍ଧା କେନ୍ଦ୍ରୀୟ ବିଭାଗରେ ପୋଷ୍ଟ ହୋଇଥିବା ମୋଟ ୩୦,୮୭,୨୭୮ କର୍ମଚାରୀଙ୍କ ମଧ୍ୟରୁ ୩,୩୭,୪୩୯ ଜଣ ମହିଳା କର୍ମଚାରୀ ଅଟନ୍ତି। ଶ୍ରମ ମନ୍ତ୍ରଣାଳୟର ନିଯୁକ୍ତି ଓ ତାଲିମ ନିର୍ଦ୍ଦେଶାଳୟ ଦ୍ୱାରା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଜନଗଣନା ଅନୁଯାୟୀ ସେ ଏହି ସୂଚନା ଦେଇଛନ୍ତି।

Related Articles

Back to top button