ହଲିଉଡର ଲୋକପ୍ରିୟ କଂଟ୍ରି ସିଙ୍ଗର ଜ୍ୟାକ ଫ୍ଲିଂଟଙ୍କ ପରଲୋକ

ଲଣ୍ଡନ: ହଲିଉଡର ଲୋକପ୍ରିୟ କଂଟ୍ରି ସିଙ୍ଗର ଜ୍ୟାକ ଫ୍ଲିଂଟଙ୍କ ଆଜି ପରଲୋକ ହୋଇଯାଇଛି । ବ୍ରେଣ୍ଡା ଫ୍ଲିଂଟଙ୍କୁ ୩୭ ବର୍ଷୀୟ ଜ୍ୟାକ ବିବାହ କରିବା ପରେ ଖୁସି ମନରେ ଘରକୁ ଫେରିଥିଲେ । ଏହା ପରେ ସେ କ୍ଲାନ୍ତ ହୋଇ ଶୋଇ ପଡିଥିଲେ ଓ ଆଉ ଉଠି ନ ଥିଲେ । ଘଟଣାଟି ପ୍ରସାରିତ ହେବା ପରେ କଳାକାର ମହଲରେ ଦୁଃଖ  ଖେଳିଯାଇଛି । ବ୍ରେଣ୍ଡା ଦୁଃଖରେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେଉଁ ସମୟରେ ଆମେ ବାହାଘରର ଫଟୋ ଦେଖିବା କଥା, ସେହି ସମୟରେ ମୁଁ ତାଙ୍କ ପାଇଁ କବର ଖୋଜୁଛି । ମୋତେ ଜ୍ୟାକ ଦରକାର ବୋଲି ସେ କହିଛନ୍ତି ।

ଜ୍ୟାକଙ୍କ ପବ୍ଲିସିଷ୍ଟ ବ୍ରେଣ୍ଡା କ୍ଲାଇନ ମଧ୍ୟ ଏହି ଘଟଣା ନେଇ ଶୋକ ବ୍ୟକ୍ତ କରିଛନ୍ତି । ସେ ମୋତେ ବହୁତ ଭଲ ପାଉଥିଲେ । ଭଗବାନ ଆମକୁ ଅସହ୍ୟ ଯନ୍ତ୍ରଣା ଦେଇଛନ୍ତି । ତେବେ କେଉଁ କାରଣ ଯୋଗୁ ତାଙ୍କର ହଠାତ ମୃତ୍ୟୁ ଘଟିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।

Related Articles

Back to top button