ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ୨୦୨୧ରେ ୧୦,୬୬୭ ଗାଡ଼ି ଜବତ କରିଛି ଦିଲ୍ଲୀ ପୁଲିସ, ୧୪୧ ଡ୍ରାଇଭର ଅଟକ

ନୂଆଦିଲ୍ଲୀ: ଗୋଟିଏ ବର୍ଷରେ ଟ୍ରାଫିକ୍ ନିୟମ ଭାଙ୍ଗିବା କାରଣରୁ ୧୦ ହଜାରରୁ ଅଧିକ ଗାଡି ଜବତ କରିଛି ପୁଲିସ। ଏହି ମାମଲା ରାଜଧାନୀ ଦିଲ୍ଲୀର। ଦିଲ୍ଲୀ ପୁଲିସର ସୂଚନା ଅନୁସାରେ ଟ୍ରାଫିକ୍ ନିୟମ ଭଙ୍ଗ ଘଟଣାରେ ୨୦୨୧ରେ ୧୦,୫୦୦ କାର୍ ଜବତ କରାଯିବା ସହ ୧୪୧ ଡ୍ରାଇଭରଙ୍କୁ ଅଟକ କରାଯାଇଛି।
ଅଟୋ, ସ୍କୁଟର ଏବଂ ମଟରସାଇକେଲ ଡ୍ରାଇଭରମାନେ ସର୍ବାଧିକ ନିୟମ ଭାଙ୍ଗିଛନ୍ତି ବୋଲି ପୁଲିସ ସୂଚନା ଦେଇଛି।

ସେହିପରି ସବୁଠାରୁ ଅଧିକ ସ୍କୁଟର, ମୋଟରବାଇକ, ଅଟୋ ରିକ୍ସା ଏବଂ କାର୍‌ ଟ୍ରାଫିକ୍ ନିୟମ ଭଙ୍ଗ ଯୋଗୁ ଜବତ କରାଯାଇଛି। ତେବେ ନିଶା ପିଇ ଗାଡ଼ି ଚଳାଇବା କାରଣରୁ ନିୟମ ଭଙ୍ଗର ମାମଲା ଅଧିକ ହୋଇଛି ବୋଲି ପୁଲିସ ଗବେଷଣାର ରିପୋର୍ଟରେ ଜଣାପଡ଼ିଛି।

୨୦୨୧ରେ ନିଶା ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ୨,୮୩୧ ଟି ଚାଲାଣ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ କାର୍, ସ୍କୁଟର ଓ ମଟରସାଇକେଲ ଡ୍ରାଇଭର ଅଛନ୍ତି। ମୋଟ ୩୯୮୬ ମଟରସାଇକେଲ,୨୦୦୭ ଇ-ରିକ୍ସା, ୧୪୫୬ ଅଟୋ-ରିକ୍ସା ଏବଂ ୧୧୪୫ ଅଟୋମାଇବାଲ୍‌ ଜବତ କରାଯାଇଛି।

ସେହିପରି ଦୁର୍ଘଟଣାରେ ୧୭୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଦୁଇ ଚକିଆ ଚାଳକଙ୍କର ପ୍ରାଣଘାତି ଦୁର୍ଘଟଣା ଅନୁପାତ ୯.୫ ପ୍ରତିଶତ ହୋଇଥିବା ବେଳେ ପୀଡ଼ିତ ଭାବରେ ଏଥିରେ ୩୮.୨ ପ୍ରତିଶତ ମୃତ୍ୟୁ ଅନୁପାତ ରହିଛି। ଦ୍ୱିତୀୟରେ ୪୧ ପ୍ରତିଶତ ପଥଚାରୀଙ୍କର ମୃତ୍ୟୁ ହୋଇଛି ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି।

Related Articles

Back to top button