ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବା ନିମନ୍ତେ କର୍ଣ୍ଣେଲ ରାଙ୍କକୁ ପଦୋନ୍ନିତ ହେବେ ୧୦୮ ମହିଳା ସେନା ଅଧିକାରୀ

ନୂଆଦିଲ୍ଲୀ: ପୁରୁଷ ସେନା ଅଧିକାରୀଙ୍କ ସହିତ ମହିଳା ସେନା ଅଧିକାରୀଙ୍କୁ ସମକକ୍ଷ କରିବାକୁ  ନୂଆ ପ୍ରକ୍ରିୟା ।  ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ରୁ କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍‌ ସିଲେକ୍‌ସନ୍‌ ବୋର୍ଡ’ ପ୍ରକ୍ରିୟା ଚଳାଇଥିବା କଥା ସେନା ଅଧିକାରୀମାନେ କହିଛନ୍ତି। ଏନେଇ  ୨୦୨୩ ଜାନୁଆରି ୨ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଜାନୁଆରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭାରତୀୟ ସେନାରେ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବା ନିମନ୍ତେ ଓ ପ୍ରଭାବିତ ମହିଳା ଅଧିକାରୀମାନଙ୍କୁ ପଦୋନ୍ନତି ଦେବା ନିମନ୍ତେ ସରକାର ଏହି ‘ସ୍ପେସାଲ୍‌ ନମ୍ବର ୩ ସିଲେକ୍ସନ୍‌ ବୋର୍ଡ’ ପାଇଁ ପଦବୀ ଖାଲି ପଡ଼ିଥିବା କଥା ଘୋଷଣା କରିଥିଲେ। ତେବେ ସେନା ଅଧିକାରୀମାନଙ୍କ କହିବା ଅନୁଯାୟୀ, ଖାଲି ପଡ଼ିଥିବା ୧୦୮ ପଦବୀ ପାଇଁ ସମୁଦାୟ ୨୪୪ଜଣ ମହିଳା ଅଧିକାରୀଙ୍କ ମଧ୍ୟରୁ ଉପଯୁକ୍ତ ପ୍ରାର୍ଥିନୀମାନଙ୍କୁ ଚୟନ କରାଯିବ।

୧୯୯୨ରୁ ୨୦୦୬ ବ୍ୟାଚ୍‌ ମଧ୍ୟରେ ଥିବା ମହିଳା ଅଧିକାରୀମାନେ ‘ଆର୍ମସ୍‌ ଆଣ୍ଡ୍‌ ସର୍ଭିସେସ୍‌’ର ଇଞ୍ଜିନିୟରିଙ୍ଗ୍‌, ସିଗ୍‌ନାଲ୍‌ସ୍‌, ଆର୍ମି ଏୟାର୍‌ ଡିଫେନ୍‌ସ୍‌, ଇଣ୍ଟେଲିଜେନ୍‌ସ୍‌ କର୍ପସ୍‌’, ‘ଆର୍ମି ସର୍ଭିସ୍‌ କର୍ପସ୍‌’, ‘ଆର୍ମି ଅର୍ଡିନାନ୍‌ସ୍‌ କର୍ପସ୍‌’ ଏବଂ ‘ଇଲେକ୍ଟ୍ରିକାଲ୍‌ ଆଣ୍ଡ୍‌ ମେକାନିକାଲ୍‌ ଇଞ୍ଜିନିୟର୍ସ’ ବିଭାଗର। ତେବେ ଚଳିତ ଜାନୁଆରି ଶେଷ ସୁଦ୍ଧା ଏହି ମନୋନୟନର ପ୍ରାରମ୍ଭିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେନା ଅଧିକାରୀମାନେ କହିଛନ୍ତି।

Related Articles

Back to top button