ନକ୍ସଲ ଆକ୍ରମଣରେ ୧୧ ଜଣ ଯବାନ ସହିଦ
ନୂଆଦିଲ୍ଲୀ: ଆଜି ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି । ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲମାନେ ଏକ ବଡ଼ ଧରଣର ହମଲା କରିଥିଲେ । ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ନକ୍ସଲମାନେ ଅପ୍ରତ୍ୟାଶିତ ବିସ୍ଫୋରକ ସାମଗ୍ରୀ (ଆଇଇଡି) ମାଡ଼ କରିଥିଲେ । ଫଳରେ ଘଟଣାସ୍ଥଳରେ ୧୧ ଜଣ ଯବାନ ମୃତ୍ୟୁବରଣ କରିଥିଲେ । ତେବେ ଏହି ଘଟଣା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରତିକ୍ରିୟା ରଖିଛନ୍ତି । ନକ୍ସଲଙ୍କୁ ଛଡ଼ାଯିବନି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
इस प्रकार की जानकारी है और यह दुखद है। जो जवान शहीद हुए हैं उनके परिवार के प्रति संवेदना व्यक्त करता हूं। यह लड़ाई अंतिम दौर में चल रही है और नक्सलियों को किसी कीमत पर छोड़ा नहीं जाएगा। हम योजनाबद्ध तरीके से नक्सलवाद को खत्म करेंगे: छत्तीसगढ़ के मुख्यमंत्री भूपेश बघेल, रायपुर https://t.co/gyhF0D2Rfk pic.twitter.com/w6M5wcvcmc
— ANI_HindiNews (@AHindinews) April 26, 2023
ତେବେ ଏବେ ବି ଛତିଶଗଡ଼ର ଦାନ୍ତେୱାଡ଼ାଠାରେ ନକ୍ସଲବାଦୀ-ଯବାନଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମଗାଯାଇଛି । ଆଜି ଯବାନମାନେ ଅପରେସନ ପାଇଁ ବାହାରିଥିଲେ । ତେବେ ଏହି ସମୟରେ ଅରନପୁର ନିକଟସ୍ଥ ପାଲନାର ଅଞ୍ଚଳରେ ଯବାନଙ୍କ ଗାଡ଼ି ଉପରକୁ ନକ୍ସଲମାନେ ଅଚାନକ ଆଇଇଡି ମାଡ଼ କରିଥିଲେ । ତେବେ ଏହି ଆକ୍ରମଣ ଖବର ପାଇ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଯାଇଛି । ଯବାନମାନେ ନକ୍ସଲପ୍ରବଣ ଅଞ୍ଚଳରେ ପ୍ରବେଶ କରିବା ପରେ ନକ୍ସଲମାନେ ପୁରୁଣା ଷ୍ଟାଇଲରେ ଆକ୍ରମଣ କରିଥିଲେ ।