ପୁଣି ଚାକିରି ହରାଇବେ ୧୧୦୦୦ ମେଟା କର୍ମଚାରୀ

ନୂଆଦିଲ୍ଲୀ: ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିବ ଫେସ୍‌ବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ର ମୂଳ କମ୍ପାନୀ ମେଟା। ଏନେଇ ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। କମ୍ପାନୀରେ ଥିବା ନିଯୁକ୍ତି ସମ୍ପର୍କିତ ଅସମାନତା ନିୟନ୍ତ୍ରଣ କରିବା ପାଇଁ ମେଟା ୧୧ ହଜାର କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।

ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ମୋଟ ୧୧ ହଜାର କର୍ମଚାରୀ ଛଟେଇ କରିଥିଲା ମେଟ। ଯାହା ବିଶ୍ୱରେ ଥିବା କମ୍ପାନୀର କର୍ମଚାରୀଙ୍କ ସଂଖ୍ୟାର ପ୍ରାୟ ୧୧ ପ୍ରତିଶତ ଥିଲା। ସେତେବେଳେ କମ୍ପାନୀ ଆର୍ଥିକ ସମସ୍ୟା ଓ ଅଧିକ ନିଯୁକ୍ତି କରାଯାଇଥିବାରୁ ଛଟେଇ ହେଉଛି ବୋଲି କହିଥିଲା।

ପୁଣି ଏହି ସମାନ କାରଣ ଦର୍ଶାଇ ମେଟା ଏଥର ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିପାରେ ବୋଲି ଖବର ପ୍ରକାଶ ପାଇଛି। କମ୍ପାନୀର ଆୟ କମ୍ ହେଉଥିବାରୁ ନିବେଶରେ ବି ହ୍ରାସ ଘଟିଛି। ଏହାର କିଛିଦିନ ପୂର୍ବରୁ ମେଟା କିଛି କର୍ମଚାରୀଙ୍କ କାମର ମାନ ନିର୍ଦ୍ଧାରିତ କରିଥିଲା। କର୍ମାଚାରୀଙ୍କ କାମ ସେତେ ଉତ୍ସାହଜନକ ନଥିଲା ବୋଲି କମ୍ପାନୀ ଦାବି କରି ଉକ୍ତ କର୍ମଚାରୀଙ୍କୁ ବର୍ଗିକୃତ କରିଥିଲା। ଏଥିରୁ ହିଁ ଛଟେଇ ଆଶଙ୍କା ଦେଖା ଦେଇଥିଲା।

Related Articles

Back to top button