ଏକାକାଳୀନ ଫାଟିଲା ୧୨ଟି ସିଲିଣ୍ଡର, ୧୦୦ରୁ ଅଧିକ ଘର ଜଳି ଛାରଖାର

ପାଟଣା: ଗୋଟିଏ ନୁହେଁ, ଏକକାଳୀନ ୧୨ଟି ସିଲିଣ୍ଡର ଫାଟି ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଭୟାବହ ଅଗ୍ନିକାଣ୍ଡ ଫଳରେ ୧୦୦ରୁ ଅଧିକ ଚାଳ ଛପର ଘର ଜଳି ନଷ୍ଟ ହୋଇଯାଇଛି । ୨୦ରୁ ଅଧିକ ଦମକଳ ଗାଡି ପ୍ରାୟ ୨ ଘଣ୍ଟାରୁ ଅଧକି ସମୟ ଧରି ନିୟୋଜିତ ରହିଛନ୍ତି ।

ପାଟଣାର ଶାସ୍ତ୍ରୀ ନାଗର ପୋଲିସ ଷ୍ଟେସନ ପରିସରର ହସ୍ପିଟାଲ ନିକଟରେ ଗୁରୁବାର ଅପରାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଗୋଟିଏ ପରେ ଗୋଟିଏ ୧୨ଟି ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ହେତୁ ୧୦୦ ରୁ ଅଧିକ ହାଟ ପାଉଁଶ ହୋଇଯାଇଥିଲା।

ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ ଜଣାପଡିନାହିଁ । ୨୦ ଘଣ୍ଟା ମଧ୍ୟରେ ୨୦ ଟି ଟେଣ୍ଡର ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଶାସ୍ତ୍ରୀ ନାଗର ପୋଲିସ ଷ୍ଟେସନ ମୁଖ୍ୟ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ ସହିତ ଏହାର କ୍ଷୟକ୍ଷତିର ଆକଳନ କରାଯାଉଛି। ଧୂଆଁ ସାରା ଅଞ୍ଚଳରେ ବ୍ୟାପିଗଲା। ଏହି ଅଗ୍ନିକାଣ୍ଡ ସେଠାରେ ଆତଙ୍କ ସୃଷ୍ଟି କରିଛି ।

Related Articles

Back to top button