ତିହାର ଜେଲରେ ଥିବା କଏଦୀଙ୍କ ମଧ୍ୟରୁ ୧୨୫ କଏଦୀ HIVରେ ଆକ୍ରାନ୍ତ

ତିହାର ଜେଲରେ ଥିବା କଏଦୀଙ୍କ ମଧ୍ୟରୁ ୧୨୫ କଏଦୀ HIVରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛି । ଯାହା ଚିନ୍ତାର କାରଣ ପାଲଟିଛି । ୧୨୫ କଏଦୀ ତିହାର, ରୋହିଣୀ ଓ ମାଣ୍ଡୋଲି ଜେଲରେ ରହୁଥିବା ସୂଚନା ମିଳିଛି । HIV ଚିହ୍ନଟ ହୋଇଥିବା କଏଦୀ ତିହାର ଜେଲରେ ବହୁ ପୂର୍ବରୁ ରହିଥିଲେ । ଜେଲରେ ରହୁଥିବା କଏଦୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦,୫୦୦ କଏଦୀଙ୍କ HIV ପରୀକ୍ଷା କରାଯାଇଥିଲା । HIV ପରୀକ୍ଷା ହୋଇଥିବା ୧୨୫ କଏଦୀ HIVରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ମଧ୍ୟ HIV ପରୀକ୍ଷା କରାଯାଇଥିଲା କିନ୍ତୁ ସେମାନେ ଆକ୍ରାନ୍ତ ନ ଥିଲେ । ଜେଲକୁ କଏଦୀମାନେ ଆସିବା ପୂର୍ବରୁ ସେମାନଙ୍କର HIV ପରୀକ୍ଷା କରାଯାଇଥିଲା ସେତେ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିଲା କିନ୍ତୁ ଏବେ ୧୨୫ କଏଦୀ HIVରେ ଆକ୍ରାନ୍ତ ହୋଇଛନ୍ତି । ଯାହା ବର୍ତ୍ତମାନର ଚିନ୍ତାର କାରଣ ପାଲଟିଛି । କିପରି ଏତେ କଏଦୀ HIV ରେ ଆକ୍ରାନ୍ତ ହେଲେ ତାହା ଜଣାପଡିନାହିଁ ।

Related Articles

Back to top button