ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବେ ୧୪ ଦେଶର ୧୨୬ ଯୁବ ପ୍ରତିନିଧି

ନୂଆଦିଲ୍ଲୀ: ଲାଲକିଲ୍ଲାରେ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ୧୪ ଦେଶର ପାଖାପାଖି ୧୨୬ ଯୁବ ପ୍ରତିନିଧି ଉପସ୍ଥିତ ରହିବେ । ଏ ସମସ୍ତେ ଯୁବ କଲଚର ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅନ୍ତର୍ଗତ ଏନସିସି କେଡେଟସଙ୍କ ସହ ଭେଟଘାଟ ପାଇଁ ଆସିଛନ୍ତି । ଏଥିରେ ଆମେରିକା, ଇଂଲଣ୍ଡ, ବ୍ରାଜିଲ, ଆର୍ଜେଣ୍ଟିନା, ବ୍ରାଜିଲ, ମାଲଦ୍ୱୀପ, ନାଇଜେରିୟା, ଫିଜୀ, ମୋରିସସ, ସେଶେଲ୍ସ, ଅଜବେକିସ୍ତାନ ଓ ଇଣ୍ଡୋନେସିଆ ସାମିଲ ରହିଛି ।

ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବା ସହ ସମସ୍ତ ବିଦେଶୀ ଯୁବ ଆଗ୍ରା ଓ ଅନ୍ୟ ଐତିହାସିକ ସହର ମଧ୍ୟ ଯାତ୍ରା କରିବେ । ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ଭେଟିବେ । ସମସ୍ତ କେଡେଟ୍ସ ୭ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଭାରତରେ ରହିବେ ବୋଲି ସୂଚନା ମିଳିଛି ।

 

Related Articles

Back to top button