ପ୍ରବଳ ଥଣ୍ଡା ଯୋଗୁ କାନପୁରରେ ଗଲା ୧୪ ଜୀବନ, ହୃଦଘାତରେ ୭ ଦିନରେ ୯୮ ମୃତ

କାନପୁର: ଭୀଷଣ ଥଣ୍ଡାରେ ହୃଦଘାତ ଯୋଗୁଁ କାନପୁରରେ ପୁଣି ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ହିଁ ଏମାନେ ପ୍ରାଣ ହରାଇଛନ୍ତି। ଗତ ୩-୪ ଦିନ ମଧ୍ୟରେ ସହରରେ ହୃଦଘାତ ଏବଂ ମସ୍ତିଷ୍କାଘାତରେ ପୀଡ଼ିତ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏଲପିଏସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଲୋଜୀ ଆଣ୍ଡ୍‌ କାର୍ଡିଆକ୍‌ ସର୍ଜରୀ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏଲପିଏସ୍ ହୃଦ୍‌ ରୋଗ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ଶନିବାର ପ୍ରବଳ ଥଣ୍ଡାର ଶିକାର ହୋଇ ହୃଦଘାତରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଚିକିତ୍ସା ସମୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣଙ୍କର ଏଠାରେ ପହଞ୍ଚିବା ପୂର୍ବରୁ ହିଁ ମୃତ୍ୟୁ ହୋଇସାରିଥିଲା।

ଶନିବାର ଦିନ ହୃଦଘାତରେ ପୀଡିତ ୫୪ ରୋଗୀଙ୍କୁ କାର୍ଡିଓଲୋଜୀ ଏମରଜେନ୍ସୀରେ ଭର୍ତ୍ତି କରାଯାଇଥିଲା। ହୃଦ୍ ରୋଗ ପ୍ରତିଷ୍ଠାନରେ ମୋଟ ୬୦୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଏଥି ମଧ୍ୟରେ ୫୪ ନୂଆ ଏବଂ ୨୭ ପୁରୁଣା ରୋଗୀ ରହିଛନ୍ତି। ଏଥି ସହିତ ଗୋଟିଏ ସପ୍ତାହରେ ହୃଦଘାତ ଏବଂ ମସ୍ତିଷ୍କାଘାତରେ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୪୪ ଜଣ ଡାକ୍ତରଖାନାରେ ପ୍ରାଣ ହରାଇଥିବା ବେଳେ ୫୪ ଜଣ ରୋଗୀ ଚିକିତ୍ସା ପୂର୍ବରୁ ହିଁ ଆଖି ବୁଜିଥିଲେ।

Related Articles

Back to top button