ଗୋଟିଏ ଦିନରେ ୧୪୮ କରୋନା ପଜଇଟଇଭ ଚିହ୍ନଟ

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି କରୋନା। ଶୀତଦିନ ଆରମ୍ଭ ହେବା ସହିତ ଭାରତରେ ଏବେ କରୋନା ଭାଇରସର ନୂଆ ମାମଲା ଦେଖାଦେଇଛି, ଯାହାପରେ ସଂକ୍ରମଣ ବୃଦ୍ଧିକୁ ନେଇ ପୁଣିଥରେ ଚିନ୍ତା ଘାରିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ଭାରତରେ ଗୋଟିଏ ଦିନରେ କରୋନା ଭାଇରସ୍‌ ସଂକ୍ରମଣର ୧୪୮ଟି ନୂଆ ମାମଲା ଆସିଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟରେ ଏହି ସୂଚନା ଦିଆଯାଇଛି।

ସକାଳ ୮ଟାରେ ଅପଡେଟ୍ କରାଯାଇଥିବା ତଥ୍ୟ ଅନୁଯାୟୀ, କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୮୦୮କୁ ବୃଦ୍ଧି ପାଇଛି, ଯାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂକ୍ରମଣ ମାମଲାର ମୋଟ ସଂଖ୍ୟା ରହିଛି ୪ କୋଟି ୫୦ ଲକ୍ଷ ୨ ହଜାର ୮୮୯। ଯେତେବେଳେ କି, ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୩ ହଜାର ୩୦୬ ରହିଛି। ଏହିପରି ସଂକ୍ରମଣରୁ ସୁସ୍ଥ ହେବା ପରେ ୪ କୋଟି ୪୪ ଲକ୍ଷ ୬୮ ହଜାର ୭୭୫ ଲୋକ ଘରକୁ ଫେରିଛନ୍ତି, ଯାହା ଅତ୍ୟନ୍ତ ଆଶ୍ୱସ୍ତିକର କଥା ।ଦେଶରେ ସଂକ୍ରମଣରୁ ସୁସ୍ଥ ହେବା ହାର ୯୮.୮୧ ପ୍ରତିଶତ ଥିବା ବେଳେ ମୃତ୍ୟୁ ହାର ରହିଛି କେବଳ ୧.୧୯ ପ୍ରତିଶତ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ମୁତାବକ, ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୨୨୦.୬୭ କୋଟି କୋଭିଡ୍‌ ନିରୋଧୀ ଟିକା ଦିଆଯାଇଛି।

Related Articles

Back to top button