ଇଡି ନଜରରେ ନେହା କକ୍କଡ, ଟାଇଗର ଶ୍ରର୍ଫ ସମେତ ବଲିଉଡର ୧୭ କଳାକାର

ଇଡି ଦୁବାଇରେ ଅନଲାଇନ ଜୁଆ ଆପକୁ ଚଳାଉଥିବା ସୌରଭ ଚନ୍ଦ୍ରାକର ଓ ତାଙ୍କ ସହଯୋଗୀ ରବି ଓପ୍ପଲଙ୍କ ବିରୋଧରେ ୫ ହଜାର କୋଟି ଟଙ୍କାର ଅର୍ଥ ହେରଫେର ମାମଲାର ଯାଂଚ କରୁଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସୌରଭ ଚନ୍ଦ୍ରାକର ଓ ରବି ଓପ୍ପଲ ଏବେ ନିଖୋଜ ରହିଛନ୍ତି । ଏହି ଦୁଇଜଣ ଛତିଶଗଡର ବାସିନ୍ଦା । ଇଡିର ସୂତ୍ର ସୂଚନା ମୁତାବକ ଚନ୍ଦ୍ରାକର ୨୦୨୨ ସେପ୍ଟେମ୍ବର ୧୮ ତାରିଖରେ ଦୁବାଇରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏନେଇ ସେ ୭ ତାରକା ହୋଟେଲ ବୁକିଂ କରିଥିଲେ । ଏଠାରେ ସାମିଲ ହେବାକୁ ବଲିଉଡ କଳାକାରଙ୍କୁ ୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଫେବୃଆରୀ ମାସରେ ଆୟୋଜିତ ହୋଇଥିବା ଏହି ପାର୍ଟିର ଅତିଥିମାନଙ୍କୁ ଦୁବାଇ ନେବା ପାଇଁ ଏକ ଘରୋଇ ଜେଟ ଭଡାରେ ନିଆଯାଇଥିଲା । ବଲିଉଡ କଳାକାର, ୱେଡିଂ ପ୍ଲାନର, ଡ୍ୟାନ୍ସର, ଡେକୋରେଟର ସମସ୍ତେ ଏହି ବିମାନରେ ଦୁବାଇ ଯାତ୍ରା କରିଥିଲେ । ଏହି ତାଲିକାରେ ଆତିକ୍ ଅସଲମ, ରାହତ ଫତେହ ଅଲ୍ଲୀ ଖାନ, ଅଲି ଅସଗର, ବିଶାଲ ଦଦଲାନୀ, ଏଲି ଆବରାମ, ଭାରତୀ ସିଂ, ଭାଗ୍ୟଶ୍ରୀ, କୃତି ଖରବନ୍ଦା, ନୁସରତ ଭରୁଚା, କୃଷ୍ଣା ଅଭିଷେକ ସାମିଲ ହୋଇଥିଲେ ।

ମହାଦେବ ଅନଲାଇନ ଆପ୍ଲିକେଶନ ଏକ ଗେମ ଆପ୍ । ଏହା ଉପରେ ଗତବର୍ଷ ପାଖାପାଖି ୧୦ ଲକ୍ଷ ଲୋକ ଟଙ୍କା ଲଗାଇଥିଲେ । ଏହି ଆପର ସଂଚାଳନ ୩୦ ଟି କେନ୍ଦ୍ର ମାଧ୍ୟମରେ କରାଯାଉଥିଲା । ବଲିଉଡର କିଛି କଳାକାର ଏହି ଆପ ପାଇଁ ବିଜ୍ଞାପନ ସୁଟିଂ ମଧ୍ୟ କରିଥିଲେ । ହେଲେ ଏହି ଗେମ୍ ଆପ୍ ଏବେ ବନ୍ଦ ହୋଇଯିବା ଫଳରେ ପାଖାପାଖି ୫ ହଜାର କୋଟି ଟଙ୍କା ଲୁଟି ନେଇଛନ୍ତି ଏହି ଦୁଇ ବ୍ୟବସାୟୀ । ଇଡି ଏବେ ଏହି କଳାକାରମାନଙ୍କୁ ଜେରା କରି କମ୍ପାନୀ ବାବଦରେ ଅଧିକ ତଥ୍ୟ ହାସଲ କରିବା ସହ କଳାକାରମାନଙ୍କର ଷ୍ଟେଜ ଶୋ ସହ କମ୍ପାନୀ ସହ ଅନ୍ୟ କିଛି ସଂପର୍କ ରହିଛି କି ନାହିଁ ତାହା ଖୁଲାସା କରିବ ।

Related Articles

Back to top button