କ୍ରେନ ପଡି ୧୭ ଶ୍ରମିକଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଶାହପୁରରେ ସରଲାମ୍ବେ ଗାଁରେ ମୁମ୍ବାଇ – ନାଗପୁର ସମୃଦ୍ଧି ହାଇୱେର ତୃତୀୟ ପର୍ଯ୍ୟାୟ କାମ ସମୟରେ ଗର୍ଡର ଲଂଚିଂ ମେସିନ ଓ କ୍ରେନ ପଡି ଯିବାରୁ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ କଲାବା ସରକାରୀ ଡାକ୍ତରଖାନାରୁ ମୁମ୍ବାଇର ସାୟନ ଡାକ୍ତରଖାନାରେ ସ୍ଥାନାନ୍ତରିତ କରାଯାଇଛି । ଆହତ ମାନଙ୍କର ସ୍ଥିତି ଉଦବେଗଜନକ ରହିଥିବା ଜଣା ପଡିଛି । ଏନଡିଆରଏଫର ଟିମ ସେଠାରେ ସେଠାରେ କାଳେ ଆଉ କେହି ଦବି ରହିଥିବେ, ସେ ନେଇ ଖୋଜାଖୋଜି କରୁଛି ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି । ସେ ପୀଡିତ ମାନଙ୍କର ପରିବାର ବର୍ଗ ପାଇଁ ପାଂଚ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ସେହିପରି ଆହତ ମାନଙ୍କର ନିଶୁଳ୍କ ଚିକିତ୍ସା କରିବାକୁ ସେ ନିର୍ଦେଶ ଦେଇଛନ୍ତି । ସେ ଏହି ଘଟଣାର ଉଚ୍ଚସ୍ତରୀୟ ଜାଂଚ କରିବାକୁ ନିର୍ଦେଶ ଦେଇଥିବା ଜଣା ପଡିଛି ।

Related Articles

Back to top button