
ନେପାଳରେ ବଡ ଧରଣର ବିମାନ ଦୁର୍ଘଟଣାରେ ୧୮ ମୃତ
ନେପାଳରେ ବଡ ଧରଣର ବିମାନ ଦୁର୍ଘଟଣା । ନେପାଳ ରାଜଧାନୀ କାଠମାଣ୍ଡୁ ତ୍ରିଭୁବନ ଏୟାରପୋର୍ଟରେ ସୂର୍ଯ୍ୟା ଏୟାରଲାଇନ୍ସର ଏକ ବିମାନ ଉଡାଣ ଭରିବା ବେଳେ ହଠାତ୍ ଖସିପଡିଥିଲା । ଫଳରେ ଏଥର ନିଆଁ ଲାଗିଯାଇଥିଲା । ଏଥିରେ ୧୯ଜଣ ଯାତ୍ରୀ ଯାତ୍ରା କରୁଥିବାବେଳେ ସେମାନଙ୍କ ସ୍ଥିତି ନେଇ ଏଯାଏଁ କିଛି ଖବର ମିଳିନାହିଁ । ତେବେ ଉଦ୍ଧାର କାର୍ଯ୍ୟ ଜୋରଦାର କରିଛନ୍ତି ବିମାନବନ୍ଦର କର୍ମଚାରୀ ଓ ଉଦ୍ଧାରକାରୀ ଦଳ ।