କର୍ଣ୍ଣାଟକ ବିଧାନସଭାର ୧୮ ବିଧାୟକ ୬ମାସ ଯାଏଁ ହେଲେ ନିଲମ୍ୱିତ

କର୍ଣ୍ଣାଟକ ବିଧାନସଭାରେ ଆଜି ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି । ବିରୋଧୀ ବିଧାୟକମାନେ ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ଏକ ବିଧେୟକର କାଗଜ ଚିରି ବାଚସ୍ପତିଙ୍କ ଉପରକୁ ଫୋପାଡିଥିଲେ । ଏହାପରେ ବାଚସ୍ପତି ମାର୍ସଲ ଲଗାଇ ସେମାନଙ୍କୁ ଗୃହରୁ ବାହାର କରିଦେବା ସହ ୧୮ ଜଣ ବିଜେପି ବିଧାୟକଙ୍କୁ ବିଧାନସଭାରୁ ୬ ମାସ ପାଇଁ ନିଲମ୍ବନ କରିଛନ୍ତି ।

କର୍ଣ୍ଣାଟକ ସରକାର ସରକାରୀ ଠିକା କାମରେ ମୁସଲିମ୍ ଠିକାଦାରଙ୍କୁ ୪ ପ୍ରତିଶତ ସଂରକ୍ଷଣ ଦେବା ନିଷ୍ପତ୍ତି ଉପରେ ବିଜେପି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଏହାସହ ବିଧେୟକ କପିକୁ ଚିରି ବାଚସ୍ପତିଙ୍କ ଉପରକୁ ଫୋପାଡିଥିଲେ । ଏହାପରେ ବାଚସ୍ପତି ୟୁଟି ଖାଦର ମାର୍ସଲ ସହାୟତାରେ ହଙ୍ଗାମା କରୁଥିବା ବିଧାୟକମାନଙ୍କୁ ଗୃହରୁ ବାହାର କରିଦେଇଥିଲେ । ବିରୋଧୀ ବିଧାୟକଙ୍କ ଏଭଳି ହୋହାଲ୍ଲା ଭିତରେ ବିଧାୟକଙ୍କ ଦରମା ୧୦୦ ପ୍ରତିଶତ ବୃଦ୍ଧି କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।

Related Articles

Back to top button