୩ ମିନିଟ୍‌ରେ ୧୮୪ଟି ସେଲ୍‌ଫି ନେଇ ଗିନିଜ ୱାର୍ଲଡ଼ ରେକର୍ଡ କଲେ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ:  ମାତ୍ର ୩ ମିନିଟ୍‌ରେ ୧୮୪ଟି ସେଲ୍‌ଫି ନେଇ ଗିନିଜ୍ ୱାର୍ଲଡ଼ ରେକର୍ଡ଼ କଲେ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର । ତାଙ୍କର ଫିଲ୍ମ ‘ସେଲଫି’ କୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ।
ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଥିବା ଅକ୍ଷୟ ନିକଟରେ ଫିଲ୍ମ ‘ସେଲଫି’ର ପ୍ରମୋଶନ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ । ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିବା ବେଳେ ସେଠାରେ ତାଙ୍କ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ଏହି ସମୟରେ ମାତ୍ର ୩ ମିନିଟ୍‌ରେ ଅକ୍ଷୟ ୧୮୪ଟି ସେଲ୍‌ଫି ନେଇଥିଲେ । ଏତେ କମ ସମୟରେ ସର୍ବାଧିକ ‘ସେଲଫି’ ନେଇ ନିଜ ନାମକୁ ଗିନିଜ ୱାର୍ଲଡ ରେକର୍ଡରେ ସାମିଲ କରିପାରିଛନ୍ତି ।

ଫେବୃଆରୀ ୨୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ରାଜ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ସେଲଫି’ । ଫିଲ୍ମର ଦ୍ୱିତୀୟ ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର ଏବଂ ଇମ୍ରାନ ହାସ୍‌ମୀ ।

Related Articles

Back to top button