ବିଜାପୁର ଜିଲ୍ଲାରେ ପୁଲିସ ଏନ୍‌କାଉଣ୍ଟରରେ ୨ ଜଣ ମାଓବାଦୀ ନିପାତ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ ଏନ୍‌କାଉଣ୍ଟରରେ ୨ ଜଣ ମାଓବାଦୀ ନିପାତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା କ୍ୟାଡର ମଧ୍ୟ ଅଛନ୍ତି ।

ପୁଲିସକୁ ସୂଚନା ମିଳିଥିଲା ଯେ, ବିଜାପୁର ଜିଲ୍ଲା ମଦ୍ଦେଡ୍ ଥାନା ବଦ୍ଦେପାରା ଜଂଗଲରେ ମାଓବାଦୀମାନଙ୍କର ଉପସ୍ଥିତି ରହିଛି । ଏହି ସୂଚନା ମିଳିବା ପରେ ପୁଲିସ କର୍ମୀମାନେ ବଦ୍ଦେପାରା ଜଙ୍ଗଲରେ ପହଞ୍ଚିଥିଲେ । ପୁଲିସଙ୍କୁ ଦେଖି ମାଓବାଦୀମାନେ ବ୍ୟସ୍ତ ହୋଇ ପଡ଼ିଥିଲେ । ସେମାନେ ପୁଲିସ ଉପରକୁ ଗୁଳିମାଡ଼ କରିଥିଲେ । ତେବେ ପୁଲିସର ପାଲଟା ଜବାବରେ ମାଓ ନେତ୍ରୀ ମନିଲାଙ୍କ ସହ ଦୁଇ ମାଓବାଦୀଙ୍କ ଟଳି ପଡ଼ିଥିଲେ । ଘଟଣାସ୍ଥଳରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ, ଡିଭିଜନାଲ କମିଟି ସଦସ୍ୟା ମନିଲାଙ୍କ ନାମରେ ୮ ଲକ୍ଷ ପୁରସ୍କାର ଘୋଷଣା ହୋଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ପୁଲିସର ସର୍ଚ୍ଚଅପରେଶନ ଜାରି ରହିଛି । ବିଜାପୁର ଏସପି ଜିତେନ୍ଦ୍ର ଯାଦବ ଗଣମାଧ୍ୟମକୁ ଏହି ସୁଚନା ଦିଆଯାଇଛି ।

Related Articles

Back to top button