ସପ୍ତାହରେ ତିନି ଦିନ ଲେଖାଁଏ ଭାଗଭାଗ କରି ସ୍ୱାମୀଙ୍କ ସହ ରହିବେ ୨ ମହିଳା: ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ

ଗ୍ବାଲିଅର : ଜଣେ ପୁରୁଷ ଓ ତାଙ୍କ ପ୍ରଥମ ପତ୍ନୀଙ୍କ ସମେତ ଦୁଇ ଜଣ ମହିଳା ସପ୍ତାହରେ ତିନି ଦିନ ଲେଖାଁଏ ଭାଗଭାଗ କରି ଦୁଇଟି ପୃଥକ ଘରେ ଶାନ୍ତିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସପ୍ତାହର ସପ୍ତମ ତଥା ଅନ୍ତିମ ଦିନଟିକୁ ପୁରୁଷଙ୍କୁ ତାଙ୍କ ପସନ୍ଦର ମହିଳାଙ୍କ ସହ ବିତାଇବାର ସ୍ୱାଧୀନତା ଦେଇଛନ୍ତି ଏବଂ ଏ ସଂପର୍କରେ ସମସ୍ତ ପକ୍ଷଙ୍କୁ ନେଇ ସେମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ଗ୍ବାଲିଅର ସହରର ପାରିବାରିକ ଅଦାଲତ ସହ ଜଡ଼ିତ ଜଣେ ଓକିଲ କହିଛନ୍ତି। ତେବେ କାଉନସେଲର ତଥା ଆଇନଜୀବୀ ହରିଶ ଦିଓ୍ଵାନ ହିନ୍ଦୁ ଆଇନ ଅନୁଯାୟୀ ସେମାନଙ୍କ ମଧ୍ୟରେ ହୋଇଥିବା ଏହି ‘ଚୁକ୍ତି’କୁ ବେଆଇନ ବୋଲି ମଧ୍ୟ କହିଛନ୍ତି।

ହରିଶ ଦିଓ୍ଵାନ କହିଛନ୍ତି ଯେ କୋଭିଡ୍‌-୧୯ ମହାମାରୀ ସମୟରେ ନିଜ ପତ୍ନୀଙ୍କୁ ଗ୍ବାଲିଅରରେ ଛାଡି ଗୁରୁଗ୍ରାମର ଜଣେ ମହିଳା ସହକର୍ମୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଇଞ୍ଜିନିୟର ଥିବା ଏହି ପୁରୁଷଙ୍କ କାହାଣୀ ସାମ୍ନାକୁ ଆସିଥିଲା। ତାଙ୍କର ପ୍ରଥମ ବିବାହ ୨୦୧୮ରେ ଗ୍ବାଲିଅରର ଜଣେ ମହିଳାଙ୍କ ସହ ହୋଇଥିଲା ଏବଂ ସେମାନେ ଦୁଇ ବର୍ଷ ପର୍ଯ୍ୟନ୍ତ ଏକାଠି ରହୁଥିଲେ। ତେବେ, କୋଭିଡ୍‌ ସମୟରେ ସେ ପତ୍ନୀଙ୍କୁ ବାପଘରକୁ ପଠାଇ ଦେଇ ଗୁରୁଗ୍ରାମ ଚାଲି ଆସିଥିଲେ।

୨୦୨୦ ପର୍ଯ୍ୟନ୍ତ ସେ ତାଙ୍କ ବିବାହିତ ପତ୍ନୀଙ୍କୁ ନେବାପାଇଁ ନ ଆସିିବାରୁ ତାଙ୍କ ପତ୍ନୀ ତାଙ୍କୁ ଖୋଜି ଗୁରୁଗ୍ରାମ କାର୍ଯ୍ୟାଳୟକୁ ଯାଇଥିଲେ। ହରିଶ ଦିଓ୍ଵାନ କହିଛନ୍ତି ଯେ ସେ ଜାଣିବାକୁ ପାଇଲେ ଯେ ସେ ଜଣେ ସହକର୍ମୀଙ୍କୁ ବିବାହ କରିଛନ୍ତି ଏବଂ ଏହି ସମୟ ମଧ୍ୟରେ ସେମାନଙ୍କର ଏକ ଝିଅ ମଧ୍ୟ ଜନ୍ମ ହୋଇଛି।

Related Articles

Back to top button