ଏସି ବସ୍ ରେ ଜଳିଗଲେ ୨୫ ଯାତ୍ରୀ

ପୁଣେ: ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ବିଳମ୍ବିତ ରାତ୍ରୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୁଲଢାଣା ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍ ୱେରେ ଏକ ଏସି ବସ୍ ଓଲଟ ପଡିବା ପରେ ଏଥିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ ବସ୍ ରେ ୩୩ ଜଣ ଯାତ୍ରୀ ଥିଲେ । ୮ ଜଣ ଯାତ୍ରୀ ଗମ୍ଭୀର ଭାବରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଗତକାଲି ଅର୍ଥାତ୍ ଶୁକ୍ରବାର ରାତିରେ ଏହି ଭୟାନକ ସଡକ ଦୁର୍ଘଟଣା ଘଟିଛି । ନାଗପୁରରୁ ମୁମ୍ବାଇ ଯାଉଥିବା ଏହି ବସ୍ ବୁଲଢାଣା ସିନ୍ଦଖେଡ ରାଜ ସହର ନିକଟ ସମୃଦ୍ଧିି ମହାମାର୍ଗ ଏକ୍ସପ୍ରେସ୍ ୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ସିଟି ଲିଙ୍କ ଟ୍ରାଭେଲ୍ସର ଏକ ବସ୍ ରେ ଭୀଷଣ ନିଆଁ ଲାଗି ଯାଇଥିଲା ।

ସୂଚନା ଅନୁସାରେ ବସ ଟାୟାର ଅଚାନକ ଫାଟି ଯିବାରୁ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ । ଫଳରେ ବସ୍ ଏକ ଖୁଣ୍ଟରେ ପିଟି ହୋଇ ଯାଇଥିଲା । ଏହାପରେ ଏହା ଏକ ଡିଭାଇଡର ସହ ପିଟି ହୋଇ ନିଆଁ ଲାଗି ଯାଇଥିଲା । ଲୋକମାନେ ବସ୍ ରୁ ବାହାରିବାକୁ ସୁଯୋଗ ବି ପାଇ ନ ଥିଲେ ।

Related Articles

Back to top button