ଫେମସ ୟୁଟ୍ୟୁବର ବବି କଟାରିଆକୁ ଧରାଇ ଦେଲେ ୨୫ ହଜାର ପୁରସ୍କାର

ଡେରାଡୁନ: ବାରମ୍ବାର ତଲବ ପରେ ଥାନା ଆସିଲେନି ୟୁଟ୍ୟୁବର ବବି କଟାରିଆ। ଶେଷରେ ବବି କଟାରିଆକୁ ଧରାଇ ଦେଲେ ପୁରସ୍କାର ମିଳିବ ବୋଲି ଘୋଷଣା କରିଛି ଡେରାଡୁନ ପୁଲିସ। ଯଦି ତାଙ୍କୁ କେହି ଧରାଇ ଦିଅନ୍ତି ତେବେ ତାଙ୍କୁ ୨୫ ହଜାର ପୁରସ୍କାର ମିଳିବ ବୋଲି ପୁଲିସ କହିଛି। ତା ସହ କଟାରିଆ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

ଭାଇରାଲ୍ ଭିଡିଓକୁ ନେଇ ବବି କଟାରିଆଙ୍କ ବିରୋଧରେ ଥାନାରେ ମାମଲା ହୋଇଥିଲା। ଡେରାଡୁନ ବରିଷ୍ଠ ପୁଲିସ ଅଧିକ୍ଷକ ଦଲୀପ ସିଂହ କୁବେରଙ୍କ ସୂଚନା ଅନୁସାରେ, ଇଣ୍ଟରନେଟ୍‌ରେ ଭାଇରାଲ୍ ହେଉଥିବା ଭିଡିଓରେ ବବି ମସୁରୀ କିମାଡ଼ି ରାସ୍ତା ମଝିରେ ଲୋକଙ୍କୁ ଅଟକାଇ ଚେୟାର ଟେବଲୁ ପକାଇ ମଦ ପିଉଥିବାର ଦେଖାଯାଇଥିଲା। ଏହାକୁ ନେଇ କଟାରିଆ ବିରୋଧରେ କୋତୱଲି ଥାନାରେ ଅଭିଯୋଗ ହୋଇଥିଲା। ଏଥିପାଇଁ ପୁଲିସ କଟାରିଆକୁ ବାରମ୍ବାର ନୋଟିସ ପଠାଇଥିଲେ ବି ନା ସେ ଏହାର ଜବାବ ଦେଇଥିଲେ ନା ଥାନାକୁ ଆସିଥିଲା।

ଏଥିପାଇଁ ପୁଲିସ କଟାରିଆ ବିରୋଧରେ ଯାମିନବିହୀନ ଗିରଫ ପରୱାନା ଧରି ଗରିପ କରିବା ପାଇଁ ତାଙ୍ଖ ଘରେ ଚଢ଼ାଉ କରିଥିଲେ ବି ସେ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଶେଷରେ ଅନ୍ୟ ଉପାୟ ନପାଇ କଟାରିଆକୁ ଧରାଇ ଦେଲେ ୨୫ ହଜାର ଟଙ୍କା ମିଳିବ ବୋଲି ପୁଲିସ ଘୋଷଣା କରିଥିବା ଦଲୀପ ସିଂହ କହିଛନ୍ତି।

Related Articles

Back to top button