
ନୌସେନାରେ ସାମିଲ ହେବେ ୨୬ ରାଫେଲ
ଭାରତୀୟ ନୌସେନାକୁ ନୂଆ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ ରାଫେଲ କିଣିବାକୁ ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଛି । ଏହି ଆଧାରରେ ନୌସେନାକୁ ୨୬ଟି ରାଫେଲ ମିଳିବ । ଡସାଲ୍ଟ ଏଭିଏସନର ଅଧ୍ୟକ୍ଷ ଓ ସିଇଓ ଏରିକ୍ ଟ୍ରେପିୟର କହିଛନ୍ତି ଯେ, ତାଙ୍କ ସଂସ୍ଥା ରାଫେଲ ସହ ଭାରତୀୟ ନୌସେନାର ଆଶା ପୂରଣ କରିବେ ।
ଫ୍ରାନ୍ସଠାରୁ ୨୬ଟି ରାଫେଲ ସହ ଫ୍ରାନ୍ସ ଦ୍ୱାରା ନିର୍ମିତ ୩ଟି ସ୍କର୍ପିନ୍ କ୍ୟାଟାଗରୀର ବୁଡାଜାହାଜ କିଣିବାକୁ ଡିଲ ହୋଇସାରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଏହ ପ୍ରସ୍ତାବ କୁ ମଂଜୁରୀ ମିଳିଛି ।