ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି : ବିଶ୍ୱବ୍ୟାଙ୍କର

୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ୨୬ କୋଟି ୯୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିଶ୍ୱବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୧-୧୨ରେ ଅତ୍ୟଧିକ ଦାରିଦ୍ର୍ୟ ହାର ୨୭.୧%ରୁ ୨୦୨୨-୨୩ରେ ୫.୩%କୁ ହ୍ରାସ ପାଇଛି। ୨୦୧୧-୧୨ରେ, ଭାରତରେ ପ୍ରାୟ ୩୪୪.୪୭ ନିୟୁତ ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବାସ କରୁଥିଲେ। ୨୦୨୨-୨୩ ସୁଦ୍ଧା ଏହି ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇ ୭୫.୨୪ ନିୟୁତରେ ପହଞ୍ଚିଛି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ୨୦୧୧-୧୨ରେ ଗରିବଙ୍କ ସଂଖ୍ୟା ୬୫% ଥିଲା। ଗତ ଦଶନ୍ଧି ମଧ୍ୟରେ ମୋଟ ଦାରିଦ୍ର୍ୟ ହ୍ରାସରେ ଏହି ରାଜ୍ୟଗୁଡ଼ିକର ଦୁଇ ତୃତୀଯ଼ାଂଶ ଯୋଗଦାନ ରହିଛି। ୨୦୧୭ ମୂଲ୍ୟ ସୁଚକାଙ୍କ ଉପରେ ଆଧାର କରି ଦୈନିକ ଦାରିଦ୍ର୍ୟ ସୀମାରେଖା ୨.୧୫ ଡଲାର ବ୍ୟବହାର କରି ଭାରତରେ ଦାରିଦ୍ର୍ୟ ହାର ୨୦୧୧ରେ ୧୬.୨%ରୁ ୨୦୨୨ରେ ୨.୩%କୁ ହ୍ରାସ ପାଇଛି।

ଏହାର ଅର୍ଥ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୨୦୫.୯୩ ନିୟୁତରୁ ୩୩.୬୬ ନିୟୁତକୁ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କ ଉତ୍କଟ ଦାରିଦ୍ର୍ୟକୁ ଦୈନିକ ୩.୦୦ ଆମେରିକୀୟ ଡଲାରରୁ କମ୍ ଆୟ ସ୍ଥିର କରାଯାଇଛି ଯାହା ୨୦୨୧ ମୂଲ୍ୟ ସୁଚକାଙ୍କ ଉପରେ ପର୍ଯ୍ୟବସିତ।ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବ୍ୟାପକ ଦାରିଦ୍ର୍ୟ ହୋଇଛି। ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୧୮.୪%ରୁ ୨.୮%କୁ ହ୍ରାସ ପାଇଥିବା ବେଳେ ସହରାଞ୍ଚଳରେ ଏହି ହାର ୧୦.୭%ରୁ ୧.୧%କୁ ହ୍ରାସ ପାଇଛି।ଏହି ଦାରିଦ୍ର୍ୟ ହ୍ରାସ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ମାନ ଭଳି ସୂଚକରେ ଉନ୍ନତିକୁ ଦର୍ଶାଉଛି।

Related Articles

Back to top button