୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଚଳିତ ବର୍ଷ ୨୭ ଜଣଙ୍କୁ ପ୍ରବାସୀ ଭାରତୀୟଙ୍କୁ କରାଯିବ ସମ୍ମାନିତ

୧୮ ତମ ପ୍ରବାସୀ ଭାରତୀୟ ସମ୍ମାନ ପାଇଁ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯିବ । ଭାରତ ବାହାରେ ରହି ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ରାଜନୀତି, ଲୋକ ସମ୍ପର୍କ ଆଦିରେ ଲୋକ ପ୍ରିୟତା ହାସଲ କରିଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରାଯିବ । ପ୍ରବାସୀ ଭାରତୀୟ ସମ୍ମାନ ହେଉଛି ପ୍ରବାସୀ ଭାରତୀୟମାନଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ସମ୍ମାନ । ସମ୍ମାନିତ ହେବାକୁ ଥିବା ବ୍ୟକ୍ତିମାନେ ହେଲେ ପ୍ରଫେସର ଅଜୟ ରାଣେ- ଅଷ୍ଟ୍ରେଲିଆ (କମ୍ୟୁନିଟି ସେବା), ଡ. ମାରିଆଲେନା ଜୋନ୍ ଫର୍ଣ୍ଣାଣ୍ଡିସ୍-ଅଷ୍ଟ୍ରିଆ (ଶିକ୍ଷା), ଡ. ଫିଲୋମେନା ଆନ୍ ମୋହିନି ହାରିସ୍- ବାରବାଡୋସ୍ (ମେଡିକାଲ୍ ସାଇନ୍ସ), ସ୍ୱାମୀ ସାନୁକ୍ତ୍ୟନନ୍ଦ- ଫିଜି (ସମ୍ପ୍ରଦାୟ ସେବା), ସରସ୍ୱତୀ ବିଦ୍ୟା ନିକେତନ- ଗୁଏନା (ସମ୍ପ୍ରଦାୟ ସେବା), ଡ. ଲେଖ୍ ରାଜ ଜୁନେଜା- ଜାପାନ (ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା), ଡ. ପ୍ରେମ କୁମାର- କିର୍ଗିଜ୍ ରିପବ୍ଲିକ୍ (ମେଡିକାଲ୍ ସାଇନ୍ସ), ଶ୍ରୀ ସୌକଥାଭି ଚୌଧୁରୀ- ଲାଓସ୍ (ବାଣିଜ୍ୟ), ଶ୍ରୀ କୃଷ୍ଣ ସବଜାନୀ-ମଲାୱି (ବାଣିଜ୍ୟ), ‘ତାନ୍ ଶ୍ରୀ’ ଡ. ସୁବ୍ରମଣ୍ୟମ୍ କେ ଭି ସଥଶିଭମ୍-ମାଲେସିଆ (ରାଜନୀତି), ଡ. ସରିତା ବୁଦ୍ଧୁ- ମରିସସ୍ (କମ୍ୟୁନିଟି ସେବା), ଶ୍ରୀ ଅଭୟ କୁମାର- ମଲଡୋଭା (ବାଣିଜ୍ୟ), ଡ। ରାମ ନିୱାସ୍ @ ହଲା ଟୁନ୍-ମିଆଁମାର (ଶିକ୍ଷା), ଶ୍ରୀ ଜଗନ୍ନାଥ ଶେଖର ଆସ୍ଥାନା- ରୋମାନିଆ (ବାଣିଜ୍ୟ), ହିନ୍ଦୁସ୍ତାନୀ ସମାଜ-ଋଷିଆ (ସମ୍ପ୍ରଦାୟ ସେବା), ସୁଧା ରାନୀ ଗୁପ୍ତା- ଋଷିଆ (ଶିକ୍ଷା), ଡ. ସୟଦ ଅନୱାର ଖୁରସିଦ- ସାଉଦି ଆରବ (ମେଡିକାଲ ସାଇନ୍ସ), ଅତୁଲ ଅରବିନ୍ଦ ତେମୁର୍ନିକର- ସିଙ୍ଗାପୁର (ଶିକ୍ଷା), ରୋବର୍ଟ ମାସିହ ନାହର- ସ୍ପେନ୍ (କମ୍ୟୁନିଟି ସେବା),ଡ. କୌଶିକ ଲକ୍ଷ୍ମୀଦାସ ରମୈୟା- ତାଞ୍ଜାନିଆ (ମେଡିସିନ୍), ଏଚ.ଇ କ୍ରିଷ୍ଟାଇନ୍ କାର୍ଲା କଙ୍ଗାଲୁ ORTT- ତ୍ରିନିଦାଦ ଏବଂ ଟୋବାଗୋ, (ଲୋକସମ୍ପର୍କ ବିଭାଗ), ଶ୍ରୀ ରାମକୃଷ୍ଣନ୍ ସିଭାସ୍ବାମୀ ଆୟର- ୟୁଏଇ (ବାଣିଜ୍ୟ), ଶ୍ରୀ ବଣ୍ଟାଲା ସୁବାୟା ସେଟ୍ଟି ରମେଶ ବାବୁ- ଉଗାଣ୍ଡା (କମ୍ୟୁନିଟି ସେବା), ବରୁଣେଶ ଉଷା କୁମାରୀ ପ୍ରଶର- ୟୁକେ (ରାଜନୀତି), ଡ. ଶରଦ ଲଖନପାଲ- ଆମେରିକା (ମେଡିସିନ୍), ଡ. ଶର୍ମିଲା ଫୋର୍ଡ- ଆମେରିକା (କମ୍ୟୁନିଟି ସେବା) ଏବଂ ଶ୍ରୀ ରବି କୁମାର ଏସ୍- ଆମେରିକା (ବାଣିଜ୍ୟ, ଆଇଟି ଏବଂ କନ୍ସଲ୍ଟିଂ) । ଆସନ୍ତା ଜାନୁୟାରୀ ୮ ତାରିଖରୁ ୧୦ ତାରିଖ ଯାଏ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପ୍ରାୟ ୭ ହଜାର ପ୍ରବାସୀ ଭାରତୀୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ।

Related Articles

Back to top button