ଶହେଟି ସ୍ମାର୍ଟ ସିଟି ପାଇଁ ଖର୍ଚ୍ଚ ହେଲାଣି ୩୦ ହଜାର ୪୦୦ କୋଟି ଟଙ୍କା – ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ
ନୂଆଦିଲ୍ଲୀ : ଶହେଟି ସ୍ମାର୍ଟ ସିଟି ପାଇଁ ସରକାର ୩୪ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି ଓ ସେଥି ମଧ୍ୟରୁ ୩୦ ହଜାର ୪୦୦ କୋଟି ଟଙ୍କା ଉପଯୋଗ ହୋଇଛି। ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ କୌଶଳ କିଶୋର ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା କହିଛନ୍ତି। ସେ କହିଛନ୍ତି, ସରକାର ୨୦୧୫ରେ ସ୍ମାର୍ଟ ସିଟି ମିଶନ ଆରମ୍ଭ କରିଥିଲେ ଏବଂ ଏହି ମିଶନରେ ଶହେଟି ସ୍ମାର୍ଟ ସିଟି ଚୟନ କରାଯାଇଛି।