ବିଜାପୁରରେ ଅପରାଧିକ କାର୍ଯ୍ୟକୁ ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ୩୩ ଜଣ ନକ୍ସଲ

ନକ୍ସଲ ନିରୋଧୀ ଅଭିଯାନରେ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା । ଶନିବାର ଛତିଶଗଡ଼ ବିଜାପୁରରେ ୩୩ ଜଣ ନକ୍ସଲ ଅପରାଧିକ କାର୍ଯ୍ୟକୁ ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସେପଟେ ସୁକମାରେ ପୋଲିସ ଓ ନକ୍ସଲ ଏନକାଉଣ୍ଟରେ ୨ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି ।

ନକ୍ସଲମାନେ ଆତ୍ମସମର୍ପଣ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି, “ନକ୍ସଲମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିଲେ । ପୋଲିସ ରାଜ୍ୟରେ ଲାଲ ବାହିନୀର ମୂଳପୋଛ କରିବା ଲାଗି ନକ୍ସଲ ପ୍ରବଣ ଅଞ୍ଚଳରେ କ୍ୟାମ୍ପ ଖୋଲିଛି । ଫଳରେ ରାଜ୍ୟରେ ଏହି ଅଭିଯାନ ସକ୍ରିୟ ରହିଥିବା ବେଳେ ପୋଲିସକୁ ସଫଳତା ମଧ୍ୟ ମିଳୁଛି । ଗଙ୍ଗାଲୁରକୁ ନକ୍ସଲ ଗଡ଼ କୁହାଯାଉଥିବା ବେଳେ ଏଠାରୁ ଏବେ ଅନେକ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରୁଛନ୍ତି । କିଛି ଗିରଫ ମଧ୍ୟ ହେଉଛନ୍ତି । ଏହି କ୍ରମରେ ଆଜି ୩୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।”

ବିଜାପୁର ପୋଲିସର ରଣନୀତି ସଫଳ ହୋଇଛି । ଜିଲ୍ଲାରେ ଚଳିତ ବର୍ଷ ଏଯାବତ ୧୦୯ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି । ଏହି ନକ୍ସଲମାନଙ୍କ ମଧ୍ୟରେ ରାଜୁ ହମେଲା, ସାମୋ କର୍ମା, ସୁଦରୁ ପୁନେମ, ସୁଖରାମ ମାଡବି ପ୍ରମୁଖ ସାମିଲ ଅଛନ୍ତି । ଏମାନେ ରାସ୍ତାରେ ବୋମା ଖଞ୍ଜିବା ବଳି କାମ କରୁଥିଲେ । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ପୋଲିସ ପୁନର୍ବାସ ନୀତି ଅନୁସାରେ ୨୫ ହଜାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିବ ।

ଅପରପକ୍ଷରେ ସୁକମାରେ ଶନିବାର ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏହି ଏନକାଉଣ୍ଟରରେ ଅନେକ ନକ୍ସଲ ଆହତ ହୋଇଥିବା ବେଳେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ମେ ୨୬ରେ ନକ୍ସଲମାନେ ବନ୍ଦ ଡାକରା ଦେଇଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟର ସମ୍ପର୍କରେ ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି

Related Articles

Back to top button