
ଜାମ୍ମୁ-କାଶ୍ମୀରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୧
ଶ୍ରୀନଗର: ରବିବାର ସକାଳେ ଭୂମିକମ୍ପ ଝଟ୍କାରେ ଥରିଲା ଜାମ୍ମୁ ଓ କାଶ୍ମୀର। ଏହାର ତୀବ୍ରତା ୪.୧ ଥିଲା ବୋଲି ଭାରତୀୟ ଭୂମିକମ୍ପ ବିଜ୍ଞାନ(NCS) କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୫.୧୫ରେ ହୋଇଥିବା ଏହି ଭୂମିକମ୍ପର ଗଭୀରତା ୫ କିମି ରହିଥିଲା। ଏହାର ଅକ୍ଷାଂଶ ଓ ଦ୍ରାଘିମା ଯଥାକ୍ରମେ ୩୫.୦୬ ଓ ୭୪.୪୯ ରହିଥିଲା ବୋଲି NCS କହିଛି।