ବାୟୁସେନାର ଏମଆଇଜି -୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ୪ ସାଧାରଣ ଲୋକ ମୃତ

ନୂଆଦିଲ୍ଲୀ: ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ବାୟୁସେନାର ଏକ ବିମାନ ଏମଆଇଜି -୨୧ ଲଢୁଆ ବିମାନ ସୋମବାର ରାଜସ୍ଥାନର ହନୁମାନଗଡ ନିକଟରେ ଉଡୁଥିବାବେଳେ ଖସିପଡିଛି । ଏଥିଯୋଗୁ ରାସ୍ତାରେ ଯାଉଥିବା ୪ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ।

ତେବେ ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି । ଆଇଏଏଫ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲଢୁଆ ବିମାନର ସରଟଗଡରୁ ତାର ଉଡାଣ ଆରମ୍ଭ କରିଥିଲା । ବହଲୋଲ ନଗରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏହା ଏକ ଘର ଉପରେ ପଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ।

ବାୟୁସେନା  ସୂଚନା ଅନୁଯାୟୀ, ଆଜି ସକାଳେ ଏହି ବିମାନଟି ଏହାର ନିୟମିତ ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିଥିଲା । ହଠାତ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଏଥିରେ ଥିବା ୨ ଜଣ ପାଇଲଟ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି । ତେବେ ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡି ନାହିଁ ।

ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କର ଭିଡ ଜମିଥିଲା । ଏହି ଘଟଣାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିବା ସହ ଶବକୁ ଉଠାଇବାକୁ ଦେଇ ନ ଥିଲେ । ଆବଶ୍ୟକ କ୍ଷତିପୂରଣ ନ ଦେଲେ ଶବ ଉଠିବ ନାହିଁ ବୋଲି ଅଡି ବସିଛନ୍ତି ।

Related Articles

Back to top button