ସଡ଼କ ଦୁର୍ଘଟଣାରେ ଭାରତୀୟ ସେନାର ୪ ଜଣ ଯବାନ ସହିଦ

ଗୁରୁବାର ଦିନ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଭାରତୀୟ ସେନାର ୪ ଜଣ ଯବାନ ସହିଦ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସିକ୍କିମର ପାକ୍ୟୋଙ୍ଗ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛି ସେନା ଗାଡି । ଏହି ସମୟରେ ସେନା ଗାଡ଼ି ୭୦୦ ରୁ ୮୦୦ ଫୁଟ ଗଭୀର ଘାଇକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୪ ଜଣ ଯବାନ ସହିଦ ହୋଇଛନ୍ତି ।ଅଧିକାରୀଙ୍କ କହିବାନୁସାରେ, ମୃତ କର୍ମଚାରୀମାନେ ହେଲେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର କାରିଗର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ସୁବେଦାର କେ ଥାଙ୍ଗାପାଣ୍ଡି । ସମସ୍ତ ମୃତ ସେନା କର୍ମଚାରୀ ପଶ୍ଚିମବଙ୍ଗର ବିନାଗୁରୀର ଏକ ୟୁନିଟର ଥିଲେ।

Related Articles

Back to top button