ଦୁର୍ଘଟଣାରେ ଚାଲିଗଲା ୪ କାଉଡିଆଙ୍କ ଜୀବନ

ଟ୍ରକକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୪ ଜଣ କାଉଡିଆଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଟ୍ରକ୍‌ ଦୁଇଟିରୁ ଗୋଟିଏ କାଉଡ଼ିଆଙ୍କୁ ନେଇ ହରିଦ୍ୱାର ଅଭିମୁଖେ ଯାଉଥିଲା । ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ‘ଡିଭାଇଡର୍‌’ ଟପି ହରିଦ୍ୱାର ଯାଉଥିବା ଟ୍ରକ୍‌ ସହିତ ଧକ୍କା ହୋଇଥିଲା । ଅଭିଯୁକ୍ତ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଆଲିପୁର ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଚିତ୍ର ଦେଖିଲେ ସ୍ପଷ୍ଟ ବାରି ହେଉଛି । ଟ୍ରକ ଦୁଇଟି ଦୁର୍ଘଟଣାସ୍ଥଳରେ ଚୁରମାର ହୋଇ ଯାଇଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଟ୍ରକଟି କିପରି ହଠାତ୍ ଭାରସାମ୍ୟ ହରାଇଲା ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।

Related Articles

Back to top button