୪ ରାଜ୍ୟ ହାଇକୋର୍ଟରେ ନିଯୁକ୍ତ ହେଲେ ନୁଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଚାରିଟି ରାଜ୍ୟର ହାଇକୋର୍ଟରେ ନୂତନ ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ରବିବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୁଜରାଟ ହାଇକୋର୍ଟର ଜଷ୍ଟିସ ସୋନିଆ ଗିରିଧର ଗୋକାନିଙ୍କୁ ଏହି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏହାପୂର୍ବରୁ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତ କରାଯିବା ପରେ ଶୁକ୍ରବାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା।

ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ ସନ୍ଦୀପ ମେହେଟ୍ଟା ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ହାଇକୋର୍ଟର ଜଷ୍ଟିସ ଜସୱନ୍ତ ସିଂଙ୍କୁ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଛି। ଏଥି ସହ ଗୁଆହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏନ କୋଟିଶ୍ୱର ସିଂଙ୍କୁ ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି।

Related Articles

Back to top button