୨ଟି ପର୍ଯ୍ୟାୟରେ ସୁରକ୍ଷିତ ଫେରିଲେ ୪୪୭ ଭାରତୀୟ 

ସଫଳ ହେଉଛି କେନ୍ଦ୍ର ସରକାରଙ୍କ ଅପରେସନ ‘ଅଜୟ’ । ଯୁଦ୍ଧଭୂମିରେ ଫସିଥିବା ଭାରତୀୟ ସୁରକ୍ଷିତ ଭାବେ ସ୍ବଦେଶ ଫେରୁଛନ୍ତି । ଇସ୍ରାଏଲ ଓ ହମାସ୍ ମଧ୍ୟରେ ଚାଲିଥିବା ଘମାଘୋଟ୍ ଲଢ଼େଇ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଅପରେସନ ଅଜୟ ସଫଳ ହୋଇଛି । ଦ୍ବିତୀୟ ବ୍ୟାଚରେ ଆଉ ୨୩୫ ଭାରତୀୟଙ୍କୁ ଧରି ବାୟୁସେନା ଯୁଦ୍ଧ ବିମାନ ଭାରତ ଫେରିଛି । ରାଜଧାନୀ ଦିଲ୍ଲୀରେ ସୁରକ୍ଷିତ ଓହ୍ଲାଇଛନ୍ତି ଇସ୍ରାଏଲରେ ଫସିଥିବା ପ୍ରବାସୀ ଭାରତୀୟ । ଦିଲ୍ଲୀରେ ସେମାନେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ରଞ୍ଜନ ସିଂହ ବିମାନବନ୍ଦରରେ ପହଞ୍ଚି ସମସ୍ତଙ୍କୁ ସ୍ବଗତ କରିଛନ୍ତି ।

ଗତ ସପ୍ତାହରୁ ଇସ୍ରାଏଲ ଓ ହାମାସ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷର ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲ ଓ ପାଲେଷ୍ଟାଇନରେ ଫସିଥିବା ଭାରତୀୟ ଫେରାଇ ଆଣିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇ ଅପରେସନ ‘ଅଜୟ’ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୧୨ ଭାରତୀୟ ସ୍ବଦେଶ ଫେରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୩୫ଜଣ ପ୍ରବାସୀ ଭାରତୀୟ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୪୭ଜଣ ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଅଣାଯାଇଛି ।

ସୂଚନା ଅନୁଯାୟୀ, ବାୟୁସେନା ଯୁଦ୍ଧ ବିମାନ ଭାରତୀୟଙ୍କୁ ଧରି ତେଲ୍ ଅବିବକୁ ଶୁକ୍ରବାର ରାତି ପ୍ରାୟ ୧୧ଟା ୨ମିନିଟରେ ଉଡ଼ାଣ ଭରିଥିଲା । ତେବେ ଶନିବାର ରାତିରେ ଦିଲ୍ଲୀ ବିମାନ ବନ୍ଦରରେ ସେମାନଙ୍କୁ ଧରି ବିମାନ ଅବତରଣ କରିଛି । ସେପଟେ ତୃତୀୟ ପର୍ଯ୍ୟାୟ ଅପରେସନ ଅଜୟ ପାଇଁ ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଶନିବାର କିମ୍ବା ରବିବାର ଆଇ ଏକ ବ୍ୟାଚ୍ ବାହାରି ପାରେ ବୋଲି ସୂଚନା ରହିଛି । ଇସ୍ରାଏଲ ପ୍ରାୟ ୧୮ ହଜାରରୁ ଅଧିକ ଭରତୀୟ ରହୁଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ଅପରେସନ ‘ଅଜୟ’ ଜାରି ରହିଛି ।

Related Articles

Back to top button