ଉତ୍ତରାଖଣ୍ଡରେ ୪୫ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ ଖାଲକୁ ଖସି ପଡ଼ିଲା

ଡେରାଡୁନ: ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା । ପୌରୀ ଜିଲ୍ଲାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାର ଶିକାର ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ୪୫ ଜଣଙ୍କୁ ନେଇ ବସଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ଖାଇ ଭିତରକୁ ଖସିପଡିବାରୁ ଦୁର୍ଘଟଣା ଘଟିଛି।

୩୫ ଜଣ ଯାତ୍ରୀଙ୍କୁ ଖୋଜା ଚାଲିଥିବା ବେଳେ ଏହି ବସ୍ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାର କାମ ଆରମ୍ଭ ହୋଇଛି। ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲା।

କୁହାଯାଉଛି ଯେ ଏହି ବସ୍ କୋଟୱାରରୁ କାନ୍ଦା ଯାଉଥିଲା। ରିଖନିକେଲ-ବିରାଖାଲ ରାସ୍ତାରେ ଥିବା ସିମଡି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗ୍ରାମବାସୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି। ଏହା ବ୍ୟତୀତ ସ୍ଥାନୀୟ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଘଟଣାର ସମୀକ୍ଷା କରିଛନ୍ତି। ସେ ଏହି ବସ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ନେଉଛନ୍ତି। ଏଥିସହ ଆସନ୍ତାକାଲିର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ବସ୍‌ରେ ପ୍ରାୟ ୪୫ ଜଣ ଥିଲେ। ବସ୍ ଏକ ଗଭୀର ଖାଇରେ ପଡିଯାଇଛି। ସେଠାରେ ଥିବା ଅଧିକାରୀଙ୍କ ସହ କଥା ହୋଇଛି। ନିଜେ ସମସ୍ତଙ୍କ ସହ କଥାବାର୍ତ୍ତା କରୁଛି । ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ସରକାର ପ୍ରୟାସ କରୁଛନ୍ତି।

Related Articles

Back to top button