ଆତଙ୍କବାଦୀ ଲିଙ୍କ୍ ନେଇ ଜାମ୍ମୁ-କାଶ୍ମୀର ସରକାର ୫ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କଲେ

ଶ୍ରୀନଗର: ଜାମ୍ମୁ-କାଶ୍ମୀରେ ଆତଙ୍କବାଦୀଙ୍କର ଟାର୍ଗେଟ୍ କିଲିଂ ଜାରି ରହିଛି। । ଆତଙ୍କବାଦୀ ଲିଙ୍କ୍ ନେଇ ଆଜି ଜାମ୍ମୁ-କାଶ୍ମୀରର ୫ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ଏହି କର୍ମଚାରୀମାନେ ନାର୍କୋ-ଟେରର ସିଣ୍ଡିକେଟ ଚଲାଇବା ସହିତ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଭାରତରେ ଆକ୍ରମଣ କରିବାରେ ସହଯୋଗ କରୁଥିଲେ। ସମ୍ବିଧାନର ଧାରା ୩୧୧(୨)(ସି)ରେ ଏହି କର୍ମଚାରୀମାନଙ୍କୁ ଗିରଫ କରାଯାଇଛି।

ଧାରା ୩୭୦ ଉଚ୍ଛେଦ ପରେ ଘାଟିରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ଓଜାମ୍ମୁ-କାଶ୍ମୀରର ସରକାର ଚେଷ୍ଟା ଜାରି ରଖିଛନ୍ତି। ପୂର୍ବ ସରକାର ସମୟରେ କିଛି ଆତଙ୍କବାଦୀ ସମ୍ପୃକ୍ତ ବ୍ୟକ୍ତି ସରକାରୀ ଚାକିରିରେ ଲିପ୍ତ ରହିଛନ୍ତି। ସେମାନଙ୍କୁ ଖୋଜି ଖୋଜି ବାହାର କରୁଛି ଜାମ୍ମୁ-କାଶ୍ମୀର ସରକାର। ଆଜି

ତନବୀର ସଲୀମ ଦାର(କନଷ୍ଟେବଲ), ୧୯୯୨ ପୁଲିସରେ ନିଯୁକ୍ତି ପାଇଥିବା ତନବୀର ୨୦୦୨ ସେନା ବାଟାଲିଅନ ମୁଖ୍ୟାଳୟରେ ଅସ୍ତ୍ରାକାର(ସେନା ଅସ୍ତ୍ରଶସ୍ତ୍ରର ଯତ୍ନ ନେବା) ଦାୟିତ୍ୱକୁ ପଦୋନ୍ନୋତି ହୋଇଥିଲେ। ଏହି ପଦରେ ଥାଇ ସେ ଆତଙ୍କବାଦ ଅସ୍ତ୍ର ଶସ୍ତ୍ର ମରାମତିକରିବା ସହ ହତିଆର ଯୋଗାଉଥିବା ସେ ନିଜ ସ୍ୱୀକାର କରିଛନ୍ତି। ତନବୀର ଶ୍ରୀନଗରରେ ହୋଇଥିବା ଅନେକ ଆକ୍ରମଣରେ ସାମିଲ ରହିଛି। ଏମ୍‌ଏଲ୍‌ସି ଜାଭେଦ ଶାଲ୍ଲାଙ୍କ ହତ୍ୟା ଘଟଣାରେ ମଧ୍ୟ ତନବୀରର ହାତ ରହିଛି।

ସେହିପରି ଆଉ ଜଣେ ସରକାରୀ କର୍ମଚାରୀ ହେଲେ ଅଫାକ୍ ଅହମଦ ୱାନୀ। ସେ ବାରାମୁଲା ସେଣ୍ଟ୍ରାଲ୍ କୋପରେଟିଭ୍ ବ୍ୟାଙ୍କ ଲିମିଟେଡ୍‌ରେ କାର୍ଯ୍ୟକାରୀ ମ୍ୟାନେଜର ଥିଲେ। ସେହିପରି ବୃକ୍ଷରୋପଣ ସୁପରଭାଜର ଇଫ୍‌ତିଖାର ଅନ୍ଦ୍ରବୀ, ୨୦୧୦ରେ ଜଳ ଶକ୍ତି ବିଭାଗରେ ନିଯୁକ୍ତି ପାଇଥିବା ଇର୍ଶାଦ ଅହମଦ ଖାନ, ଓ ପିଏଚ୍‌ପି ସବଡିଭିଜନ ୨୦୧୪ରେ ନିଯୁକ୍ତି ପାଇଥିବା ଅବଦୁଲ ମୋମିନ ପୀରଙ୍କୁ ନିଲମ୍ବିତ କରାଯାଇଛି।

Related Articles

Back to top button