ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ପୁଣି ୫ ଜଣ ନକ୍ସଲ ନିପାତ

ଛତିଶଗଡ଼ର ବସ୍ତର ଡିଭିଜନ ଅନ୍ତର୍ଗତ ଅବୁଝମାଡ଼ ଅଞ୍ଚଳରେ ମଙ୍ଗଳବାର ଅପରାହ୍‌ଣରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ନକ୍ସଲ ନିପାତ ହୋଇଛନ୍ତି। ଘଟଣାସ୍ଥଳରୁ ନିହତ ହୋଇଥିବା ନକ୍ସଲମାନଙ୍କର ମୃତଦେହ ଓ ମାରଣାସ୍ତ୍ର ଜବତ ହୋଇଛି। ଏହି ସଫଳତା ମିଳିବା ପରେ ସୁରକ୍ଷାବାହିନୀ ସର୍ଚ୍ଚଅ‌ପରେଶନ ଜାରି ରଖିଛନ୍ତି।

ଏସ୍‌ପି ପ୍ରଭାତ କୁମାର ୫ ଜଣ ନକ୍ସଲଙ୍କ ନିହତ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅବୁଝମାଡ଼ର ନାରାୟଣପୁର-ଦନ୍ତେୱାଡା-କୋଣ୍ଡାଗାଓ ଜିଲ୍ଲା ସୀମାରେ ନକ୍ସଲଙ୍କ ମାଡ ଡିଭିଜନ ଓ ସିଆରସି ଓ ସିଆରସି ୭ର ନକ୍ସଲମାନେ ଉପସ୍ଥିତ ଥିବା ନେଇ ସୂଚନା ମିଳିବା ପରେ ନାରାୟଣପୁର, ବସ୍ତ, ଦନ୍ତେୱାଡା, କ‌ୋଣ୍ଡାଗାଓ ଓ ବିଜାପୁର ଜିଲ୍ଲାରୁ ଏସ୍‌ଟିଏଖ, ଡିଆରଜି, ଆଇଟିବିପି ଓ ବିଏସ୍‌ଏଫ୍‌ର ଯମାନବାନେ ମିଳିତ ଅପରେଶନ ତିନି ଦିନ ତଳେ ଆରମ୍ଭ କରିଥିଲେ। ୫ ଜିଲ୍ଲାରୁ ଘେରାବନ୍ଦ କରି ସଂଯୁକ୍ତ ଟିମ ଅବୁଝମାଡ଼ କ୍ଷେତ୍ରରେ ପ୍ରବେଶ କରିଥିଲେ। ବର୍ଷାଦିନରେ ନଦୀ-ନାଳ ଓ ପାହାଡ଼କୁ ଚ୍ୟାଲେଞ୍ଜ କରି ଟିମ୍‌ ଅଭିଯାନ ଚଳାଇଥିଲେ।

Related Articles

Back to top button