ଚେକ୍‌ ବାଉନ୍ସ୍‌ ମାମଲାର ଶୁଣାଣି ପାଇଁ ୫ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ପାଞ୍ଚଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଅନୁଯାୟୀ ଚେକ ବାଉନ୍ସ ମାମଲାର ଶୁଣାଣି ପାଇଁ ସ୍ଥାପିତ ସ୍ବତନ୍ତ୍ର କୋର୍ଟର ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ କରିଛନ୍ତି।

ହାଇକୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରଶାସନିକ ନିର୍ଦ୍ଦେଶ ଅନୁଯାୟୀ ଚଳିତ ବର୍ଷ ମେ ୧୯ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଛି। ଏନଆଇ ଅଧିନିୟମ ଅନୁଯାୟୀ ଗଠିତ ସ୍ବତନ୍ତ୍ର ଅଦାଲତର ଅଧ୍ୟକ୍ଷ ଭାବେ ଅଦାଲତ ଦ୍ୱାରା ନିଯୁକ୍ତ ଅବସରପ୍ରାପ୍ତ ବିଚାରପତି ହେଉଛନ୍ତି ରାକେଶ ସିଦ୍ଧାର୍ଥ, ସି.କେ.ଚତୁର୍ବେଦୀ, ସତିନ୍ଦର କୁମାର ଗୌତମ,ଚନ୍ଦ୍ର ବୋଷ ଏବଂ ରାମ ଭଗତ ସିଂ ପ୍ରମୁଖ। ଏହି ନିଯୁକ୍ତି ସେପ୍ଟେମ୍ବର ୨ ତାରିଖରୁ କାର୍ଯ୍ୟକାରୀ ହେବ।

ଏହି ପାଞ୍ଚଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ଦକ୍ଷିଣ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ, କେନ୍ଦ୍ରୀୟ ଏବଂ ନୂଆଦିଲ୍ଲୀ ଜିଲା ଅଧୀନରେ ଥିବା ଟ୍ରାଏଲ କୋର୍ଟରେ ନିଯୁକ୍ତ କରାଯିବ। ଅଫିସ ଆଦେଶରେ ଦର୍ଶାଯାଇଛି ଯେ ସମ୍ପୃକ୍ତ ପ୍ରିନ୍ସିପାଲ ଜିଊା ତଥା ସେସନ୍ସ ଜଜ ନିଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ -୧୮୮୧ ର ଧାରା -୧୩୮ ଅନୁଯାୟୀ ଏହି କୋର୍ଟ ହାଇକୋର୍ଟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରା ୨୦୨୦ ମସିହା ମେ ୧୯ ରେ ନିଆଯାଇଛି।

ବିଦ୍ୟମାନ ଅଦାଲତରୁ ବିଚାରାଧୀନ ମାମଲାଗୁଡ଼ିକୁ ରାଇଟ ଅଫ କଗ୍ନିଜାନ୍ସ କ୍ରାଇମବ୍ରାଞ୍ଚ ନମ୍ବର-୨ ରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଏନ୍‌ଆଇ ଅଧିନିୟମ ଅନୁଯାୟୀ ଗଠିତ ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର କରିବେ।

Related Articles

Back to top button