ଭାରତୀୟ ସେନାରେ ମହିଳାଙ୍କ ପ୍ରଥମ ବ୍ୟାଚ୍‌ରେ ୫ ଜଣଙ୍କୁ ଆର୍ଟିଲାରୀ ରେଜିଜମେଣ୍ଟରେ କରାଗଲା ସାମିଲ

ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳାଙ୍କ ପ୍ରଥମ ବ୍ୟାଚ୍‌ରେ ୫ ଜଣଙ୍କୁ ଆର୍ଟିଲାରୀ ରେଜିଜମେଣ୍ଟରେ ସାମିଲ କରାଯାଇଛି । ଚେନ୍ନାଇରେ ଶନିବାର ଅଫିସର୍ସ ଟ୍ରେନିଂ ଏକାଡେମି(ଓଟିଏ)ରେ ଲମ୍ବା ସମୟର ପ୍ରଶିକ୍ଷଣ ପରେ ସେମାନଙ୍କୁ ଅର୍ଟିଲାରୀ ରେଜିମେଣ୍ଟରେ ସାମିଲ କରାଯାଇଛି। ଆର୍ଟିଲିରି ରେଜିମେଣ୍ଟରେ ସାମିଲ ହୋଇଥିବା ଏହି ପାଞ୍ଚଜଣ ମହିଳା ଅଧିକାରୀ (ଡବ୍ଲୁଓ) ସେମାନଙ୍କ ପୁରୁଷ ସହକର୍ମୀଙ୍କ ପରି ସମାନ ସୁଯୋଗ ପାଇବେ। ଏହି ରେଜିମେଣ୍ଟରେ ୧୯ ଜଣ ପୁରୁଷ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଇଛି।

ଏହି ଯୁବ ମହିଳା ଅଧିକାରୀ ମାନଙ୍କୁ ସମସ୍ତ ପ୍ରକାର ଆର୍ଟିଲାରୀ ୟୁନିଟରେ ମୁତୟନ କରାଯିବ । ଯେଉଁ ମାନଙ୍କୁ ସମସ୍ତ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ପ୍ରସ୍ତୁତ କରାଯିବ । ଏହି ସମୟରେ ସେମାନେ ରକେଟ୍‌, ମିଡିୟମ, ଫିଲ୍ଡ ଏବଂ ସର୍ଭିଲାନ୍ସ ଏବଂ ଟାର୍ଗେଟ୍ ଅଧିଗ୍ରହଣ (ଏସ୍‌ଏଟିଏ) ଏବଂ କଠିନ ସମୟରେ ଯନ୍ତ୍ରପାତି ପରିଚାଳନା ପାଇଁ ପର୍ଯ୍ୟାପ୍ତ ତାଲିମ ଏବଂ ଏକ୍ସପୋଜର୍ ପାଇବେ । ଏହି ପାଞ୍ଚଜଣ ମହିଳା ଅଧିକାରୀଙ୍କ ମଧ୍ୟରୁ ତିନିଜଣଙ୍କୁ ଉତ୍ତର ସୀମାରେ ପୋଷ୍ଟ କରାଯାଇଛି ।

Related Articles

Back to top button