ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚେସ୍ ଅଲିମ୍ପିଆଡ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଚେନ୍ନଇ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଚେସ୍ ଅଲିମ୍ପିଆଡ୍‌ର ଶୁଭାରମ୍ଭ ହୋଇଛି । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ଚେସ୍ ଅଲିମ୍ପିଆଡ୍‌ର ୪୪ତମ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି।  ତାମିଲନାଡୁର କଳା ସଂସ୍କୃତି ଓ ଦେଶର ସ୍ବାଧୀନତା ସଂଗ୍ରାମକୁ ନେଇ ନାନା ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଡ ଶୋ’ରେ ଯାଇ ଷ୍ଟାଡିୟମରେ ପହଞ୍ଚିଥିଲେ । ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ପ୍ରମୁଖ ଯୋଗ ଦେଇଥିଲେ।

Related Articles

Back to top button