ରାଜ୍ୟରେ ପୂରଣ ହେବ ୬୦୨୫ଟି ଶିକ୍ଷକ ପଦବୀ, ସୃଷ୍ଟି ହେବ ୧୫ ପ୍ରତିଶତ ଏଲଟିଆର ପଦବୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୨୩-୨୪ ବର୍ଷ ଲାଗି ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । ପାଖାପାଖି ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।

ଆସନ୍ତା ୨୧ ତାରିଖରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ଏହାପରେ ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ବୈଠକ ବସିଥିଲା । ମନ୍ତ୍ରୀ ପରିଷଦ ବୈଠକରେ ପାଖାପାଖି ୨.୩ ଲକ୍ଷ କୋଟିର ବଜେଟ ଉପରେ କ୍ୟାବିନେଟ ମୋହର ବାଜିଛି ।

ରାଜ୍ୟର ବିଭିନ୍ନ ହାଇସ୍କୁଲରେ ଆଉ ୬୦୨୫ଟି ନୂଆ ଶିକ୍ଷକଙ୍କୁ ନିଯୁକ୍ତି ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ହାଇସ୍କୁଲଗୁଡ଼ିକରେ ମୋଟ ୪୦,୧୬୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଛି । ଏହି ପଦବୀର ୧୫ ପ୍ରତିଶତ ଅର୍ଥାତ ୬୦୨୫ଟି ବିଭିନ୍ନ ସବଜେକ୍ସଟର ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଲିଭ୍, ଟ୍ରେନିଂ, ରିଜର୍ଭ (ଏଲଟିଆର) ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ହୋଇଛି । ଶିକ୍ଷକମାନେ ଛୁଟି, ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ରହିଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୬୦୨୫ଟି ଏଲଟିଆର ଶିକ୍ଷକ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି ।

Related Articles

Back to top button