![](https://abhigam.com/wp-content/uploads/2024/05/Screenshot_2024-05-26-21-07-57-38_680d03679600f7af0b4c700c6b270fe7.jpg)
ବେବି କେୟର ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ୭ ଜଣ ଶିଶୁଙ୍କ ଚାଲିଗଲା ଜୀବନ
ରାଜଧାନୀ ଦିଲ୍ଲୀରୁ ସାମ୍ନାକୁ ଆସିଲା ଛାତିଥରା ଦୃଶ୍ୟ । ଏହି ବେବି କେୟର ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ୭ ଜଣ ଶିଶୁଙ୍କ ଜୀବନ ଚାଲିଯାଇଛି । ଶନିବାର ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୨ ଜଣ ଶିଶୁଙ୍କୁ ଡାକ୍ତରଖାନାରୁ ଉଦ୍ଧାର କରାଯାଇଥିଲା । ତେବେ ସେଥିରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଶିଶୁମାନଙ୍କ ଚିକିତ୍ସା ଜାରି ରହିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାର କାରଣ ସ୍ପଷ୍ଟ ହୋଇ ନାହିଁ । ଘଟଣାର ତଦନ୍ତ ଚାଲିଛି ।