ଆସାମ ବନ୍ୟା କାରଣରୁ ୭୯ ଜଣଙ୍କର ହୋଇଛି ମୃତ୍ୟୁ

ପ୍ରବଳ ବର୍ଷା ଯୋଗୁଁ ଉଗ୍ରରୂପ ନେଉଛି ଆସାମରେ ସୃଷ୍ଟି ହୋଇଥିବା ବନ୍ୟା । ୨୮ଟି ଜଲ୍ଲାର ୨୩ ଲକ୍ଷ ଲୋକ ବନ୍ୟା ଯୋଗୁଁ ହେଉଛନ୍ତି ହନ୍ତସନ୍ତ । କେବଳ ବନ୍ୟା କାରଣରୁ ୭୯ ଜଣଙ୍କର ହୋଇଛି ମୃତ୍ୟୁ । ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର ଟପିଛି ବିପଦ ସଂକେତ । ରାଜ୍ୟରେ ଚଳିତବର୍ଷ ବନ୍ୟା, ଭୂସ୍ଖଳନ ଓ ଝଡ଼ରେ ୯୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସମସ୍ତ ଶିବରରେ ପୂରା ବ୍ୟବସ୍ଥା କରାଯାଇଛି ଏବଂ ସ୍ଥିତି ସାଧାରଣ ହେବା ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀର ପର୍ଯ୍ୟାପ୍ତ ଭଣ୍ଡାର ଖୋଲାଯାଇଛି। ଏଥିସହିତ କାଜୀରଂଗା ଜାତୀୟ ଉଦ୍ୟାନରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୫୯ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇସାରିଛି।

Related Articles

Back to top button