କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି, ବଢିପାରେ ସର୍ବନିମ୍ନ ଦରମା!

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରିବାକୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦାବି ରହିଆସୁଛି । ବର୍ତ୍ତମାନ ଏଭଳି କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଆସୁଛି । ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ବ୍ୟକ୍ତି କେନ୍ଦ୍ରୀୟ କର୍ମଚାରୀ, ତେବେ ସେମାନଙ୍କ ପାଇଁ ଏକ ବଡ଼ ଖବର । ଫିଟମେଣ୍ଟ ଫ୍ୟାକ୍ଟରରେ ପରିବର୍ତ୍ତନ ଆସିବା ମାତ୍ରେ ବେତନ ସଂରଚନାରେ ମଧ୍ୟ ଏକ ବଡ ପରିବର୍ତ୍ତନ ହେବ । ସୂଚାନମୂତାବକ ଆସନ୍ତା ବର୍ଷ ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ଏକ ବଡ ପରିବର୍ତ୍ତନ ହୋଇପାରେ।

କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୩୮ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ବର୍ତ୍ତମାନ ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି। ଏହାକୁ ଆଧାର କରି କର୍ମଚାରୀଙ୍କ ସର୍ବନିମ୍ନ ଦରମା ସ୍ଥିର ହୋଇଛି। ବର୍ତ୍ତମାନ କର୍ମଚାରୀଙ୍କ ସର୍ବନିମ୍ନ ଦରମା ହେଉଛି ୧୮ହଜାର ଟଙ୍କା। ଯଦି ଏହା ଉପରେ ନିଷ୍ପତ୍ତି ନିଆଯାଏ, ତେବେ ଏହା ୨୬ ହଜାର ଟଙ୍କାକୁ ବୃଦ୍ଧି ପାଇବ । ଆସନ୍ତା ବର୍ଷ ଉପସ୍ଥାପିତ ହେବାକୁ ଥିବା ବଜେଟରେ ସରକାର ଏହି ନିଷ୍ପତ୍ତି ନେଇପାରିବେ ବୋଲି ଆଶା କରାଯାଉଛି।

ଯଦି ଏହା ହୁଏ ତେବେ ଫିଟମେଣ୍ଟ ଫ୍ୟାକ୍ଟର୍ ଅଧୀନରେ ୫୨ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ। ସରକାରୀ କର୍ମଚାରୀମାନେ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ପାଇଁ ଦୀର୍ଘ ସମୟ ଧରି ଦାବି କରିଆସୁଛନ୍ତି। କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୨.୫୭ ପ୍ରତିଶତ ଫିଟମେଣ୍ଟ ଫ୍ୟାକ୍ଟର୍ ଦିଆଯାଉଛି । ଏହାକୁ ୩.୬୮ ଗୁଣକୁ ବୃଦ୍ଧି କରାଯାଇପାରିବ।

ଏହାପୂର୍ବରୁ ସେପ୍ଟେମ୍ବର ୨୮ ରେ ସରକାର ମଧ୍ୟ ମହଙ୍ଗା ଭତ୍ତା ୪% ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ପୂର୍ବରୁ ଡିଏ ୩୪ ଥିଲା, ଯାହା ବର୍ତ୍ତମାନ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି।

Related Articles

Back to top button