ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ ଶୋ’ ବେଳେ ଦଳାଚକଟାରେ ୮ ଜଣଙ୍କର ମୃତ୍ୟୁ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର କାଣ୍ଡୁକୁର ଠାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ବିରୋଧୀ ଦଳର ନେତା ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ଏକ ରୋଡ ଶୋ’କୁ ସମ୍ବୋଧିତ କରୁଥିବାବେଳେ ତାଙ୍କ ସମର୍ଥକଙ୍କ ଭିଡ ଜମିଥିଲା। ଏହି ସମୟରେ ସମର୍ଥକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଦଳଚକଟା ଯୋଗୁ ଏପର୍ଯ୍ୟନ୍ତ ୮ ଜଣ ପ୍ରାଣ ହରାଇଛନ୍ତି।
ଏହି ଘଟଣା ପରେ ନାଇଡୁ ତାଙ୍କ ସଭାକୁ ତୁରନ୍ତ ବାତିଲ କରିଦେଇଥିଲେ। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଦେବାକୁ ମଧ୍ୟ ଘୋଷଣା କରାଯାଇଛି। ନାଇଡୁ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଘୋଷଣା କରିଛନ୍ତି।

Related Articles

Back to top button