୮୧ ଚୀନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନୋଟିସ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେସନରେ ଲୋକସଭାରେ ଭାରତକୁ ଆସିଥିବା ଚୀନୀ ନାଗରିକଙ୍କୁ ନେଇ ଲୋକସଭାରେ ସରକାର ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି । ଗତ ୨ ବର୍ଷ ମଧ୍ୟରେ ୮୧ ଚୀନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନୋଟିସ ଜାରି କରାଯାଇଛି ବୋଲି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି । ଏଥିସହିତ ୭୨୬ ଚୀନୀ ନାଗରିକଙ୍କୁ ଭିଜା ସର୍ତ୍ତ ଏବଂ ଅନ୍ୟ ଅବୈଧ କାର୍ଯ୍ୟ ଉଲ୍ଲଂଘନ ପାଇଁ ପ୍ରତୀକୂଳ ସୂଚୀରେ ରଖାଯାଇଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି ।

ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆହୁରି କହିଛନ୍ତି ଯେ, କିଛି ବିଦେଶୀ ଅଜ୍ଞାନତା, ଜରୁରୀକାଳୀନ ଚିକିତ୍ସା ସ୍ଥିତି କିମ୍ବା ବ୍ୟକ୍ତିଗତ କାରଣରୁ ଭିସା ଅବଧିରୁ ଅଧିକ ଦିନ ପର୍ଯ୍ୟନ୍ତ ରହିଯାନ୍ତି । ବାସ୍ତବିକ ମାମଲାରେ ଅଜଣାରେ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ କେହି ରହି ଯାଇଥିଲେ ଜୋରିମାନା ଆଦାୟ କରି ଅବଧିକୁ ନିୟମିତ କରାଯାଏ । ଆଉ ଯଦି ଆବଶ୍ୟକ ପଡ଼େ ତେବେ ଭିଜା ଅବଧି ବଢ଼ାଯାଏ ।

Related Articles

Back to top button