ଦେଶରେ ୮୭ ପ୍ରତିଶତ ମନ୍ତ୍ରୀ କୋଟିପତି, ୪୩ ପ୍ରତିଶତ ମନ୍ତ୍ରୀଙ୍କ ନାମରେ ରହିଛି ଅପରାଧିକ ମାମଲା

ନୂଆଦିଲ୍ଲୀ: ଦେଶରେ କୋଟିପତିଙ୍କର ଅଭାବ ନାହିଁ । ଆମ ଦେଶରେ ୮୭ ପ୍ରତିଶତ ମନ୍ତ୍ରୀ କୋଟିପତି । ଦେଶର ୨୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୫୫୮ ମନ୍ତ୍ରୀଙ୍କ ମଧ୍ୟରୁ ୮୭ ପ୍ରତିଶତ ମନ୍ତ୍ରୀ କୋଟିପତି । ମନ୍ତ୍ରୀଙ୍କ ସତ୍ୟପାଠ ଆକଳନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ ୨୩୯ ଅର୍ଥାତ ୪୩ ପ୍ରତିଶତ ମନ୍ତ୍ରୀଙ୍କ ନାମରେ ରହିଛି ଅପରାଧିକ ମାମଲା ।

୫୫୮ ଜଣ ମନ୍ତ୍ରୀଙ୍କ ସତ୍ୟପାଠ ତାଲିକା ଅନୁଯାୟୀ, ସେମାନଙ୍କ ପାଖରେ ଥିବା ହାରାହାରି ସମ୍ପତ୍ତିର ମୂଲ୍ୟ ୧୬.୬୩ କୋଟି । ଅନ୍ୟପକ୍ଷେ ଅପରାଧିକ ମାମଲା ଘୋଷଣା କରିଥିବା ମନ୍ତ୍ରୀଙ୍କ ପାଖରେ ଥିବା ହାରାହାରି ସମ୍ପତ୍ତିର ମୂଲ୍ୟ ୨୧.୨୧ କୋଟି ଏବଂ ଅପରାଧିକ ମାମଲା ନ ଥିବା ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩. ୨୦ କୋଟି ଟଙ୍କା ।

କର୍ଣ୍ଣାଟକ ୨୭ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତର ମୂଲ୍ୟ ୭୩.୦୯ କୋଟି ଥିବାବେଳେ ମହାରାଷ୍ଟ୍ରର ୨୦ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୪୭.୪୫ କୋଟି ଟଙ୍କା । ଛତିଶଗଡ ୧୩ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ୪୩.୯୬ ରହିଛି । ତେବେ ତ୍ରିପୁରାର ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ସବୁଠାରୁ କମ । ତ୍ରିପୁରାର ୧୧ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୨.୬୭ କୋଟି । ସେହିପରି ଅରୁଣାଚଳପ୍ରଦେଶ, ଛତିଶଗଡ, ଗୋଆ,ହରିଆଣା,ହିମାଚଳପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ, ମଣିପୁର, ପୁଡୁୁଚେରୀ, ତେଲେଙ୍ଗାନା, ଉତ୍ତରାଖଣ୍ଡର ସମସ୍ତ ମନ୍ତ୍ରୀ କୋଟିପତି ।

ଅନ୍ୟପକ୍ଷେ ଏଡିଆର ବା ଆସୋସିଏସନ ଫର ଡିମୋକ୍ରାଟିକ ରିଫର୍ମସ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ୩୩ ମନ୍ତ୍ରୀଙ୍କ ମଧ୍ୟରୁ ୨୮ ଜଣ, ହିମାଚଳ ପ୍ରଦେଶର ୯ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ, ତେଲେଙ୍ଗାନାର ୧୭ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣ, ମହାରାଷ୍ଟ୍ରର ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୧୫ ଜଣ, ପଞ୍ଜାବର ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ,ବିହାରର ୩୦ ମନ୍ତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା । ମହାରାଷ୍ଟରେ ସର୍ବାଧିକ ମନ୍ତ୍ରୀଙ୍କ ନାମରେ ରହିଛି ଗୁରୁତର ଅପରାଧିକ ମାମଲା । ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କ ବିରୋଧରେ ଅତି ଗୁରୁତର ମାମଲା ଥିବା ଜଣାଯାଇଛି । ସେହିପରି ଝାଡଖଣ୍ଡର ୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭, ତେଲେଙ୍ଗାନାର ୧୭ ମନ୍ତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ରହିଛି ଅତି ଗୁରୁତର ମାମଲା ।

Related Articles

Back to top button