
ଭାରତୀୟ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ଆହତ
ଭାରତୀୟ ସେନା ଉପରେ ହୋଇଛି ଆତଙ୍କୀ ହମଲା । ଆହତ ହୋଇଛନ୍ତି ଜଣେ ଯବାନ । ସୂଚନା ଅନୁଯାୟୀ ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାର ଗୁଣ୍ଡା ଖବାସ ଅଞ୍ଚଳରେ ଭାରତୀୟ ସେନା ଉପରେ ହୋଇଛି ଆତଙ୍କୀ ହମଲା । ଆତଙ୍କବାଦୀଙ୍କ ବଡଧରଣର ଏହି ଉଦ୍ୟମ ପଣ୍ଡ ହୋଇଛି । ବର୍ତ୍ତମାନ ମଧ୍ୟ ଉଭୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଆଜି ସକାଳୁ ସକାଳୁ ଏହି ଆକ୍ରମଣ କରିଥିଲେ ଆତଙ୍କବାଦୀ ।