କାଙ୍କେର୍‌ ଜିଲ୍ଲାରେ ଏନ୍‌କାଉଣ୍ଟର ଘଟି ଜଣେ ପୁଲିସ କନେଷ୍ଟବଳ ସହିଦ ଓ ଜଣେ ମାଓବାଦୀ ନିହତ

ଛଡ଼ିଶଗଡ଼ର କାଙ୍କେର୍‌ ଜିଲ୍ଲାରେ ଏନ୍‌କାଉଣ୍ଟର ଘଟି ଜଣେ ପୁଲିସ କନେଷ୍ଟବଳ ସହିଦ ଓ ଜଣେ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଘଟି ଏପରି ହୋଇଥିବା ସୂଚନା ମିଳିଛି।ତେବେ ଯବାନ ମାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି।

ରବିବାର ଛଡ଼ିଶଗଡ଼ର କାଙ୍କେର୍‌ ଜିଲ୍ଲାରେ ହୋଇଥିବା ସୁରକ୍ଷା ବାହିନୀ- ମାଓବାଦୀ ଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ବସ୍ତର ଫାଇଟର୍ସ କନଷ୍ଟେବଳ ଶହୀଦ ହୋଇଛନ୍ତି। ଶହୀଦ ହୋଇଥିବା କନେଷ୍ଟବଳ ହେଉଛନ୍ତି ରମେଶ କୁରେଥୀ । ତେବେ ସର୍ଚ୍ଚ ଅପରେସନ ସମୟରେ ଘଟଣାସ୍ଥଳରୁ ଜଣେ ପୁରୁଷ ମାଓବାଦୀର ମୃତଦେହ ଏବଂ ଗୋଟିଏ AK-47 ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ଛତିଶଗଡ ବିଜାପୁରରେ ଜଙ୍ଗଲା ପୋଲିସ ଷ୍ଟେସନ ଅଞ୍ଚଳର ସୁରକ୍ଷା କର୍ମୀ ମାନେ ବଡଟୁଙ୍ଗାଲି ଓ ଛୋଟଟୁଙ୍ଗାଲି ଜଙ୍ଗଲରେ କୁମ୍ବିଂ ଅପରେସନ୍ କରିଥିବା ସମୟରେ ଗୁଳି ବିନିମୟ ଘଟି ଏଥିରେ ୪ ଜଣ ନକ୍ସଲ ନିପାତ ହୋଇଥିଲେ। ପରେ ଉକ୍ତ ଘଟଣାସ୍ଥଳରୁ ବହୁମାତ୍ରାରେ ମାଓସାମଗ୍ରୀ ଓ ବିସ୍ଫୋରକ ମଧ୍ୟ ଜବତ କରିଥିଲେ ସୁରକ୍ଷା କର୍ମୀ।

Related Articles

Back to top button