ବାଣ ଗୋଦାମରେ ଭୟଙ୍କର ବିସ୍ପୋରଣ , ୧୧ ମୃତ

ତାମିଲନାଡ଼ୁର ବାଣ ଗୋଦାମରେ ଘଟିଛି ଭୟଙ୍କର ବିସ୍ପୋରଣ । ଏହି ବିସ୍ପୋରଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର ଶିବକାଶୀରେ ଘଟିଛି ଏଭଳି ଏକ ଦୁର୍ଘଟଣା । ସୂଚନା ଅନୁସାରେ, ତାମିଲନାଡୁର ଶିବକାଶୀର ଦୁଇଟି ବାଣ ଗୋଦାମରେ ଭୟଙ୍କର ବିସ୍ପୋରଣ ହୋଇଛି । ବିସ୍ପୋରଣର ରୂପ ଏତେ ଭୟଙ୍କର ଥିଲା ଯେ, ସାରା ଆକାଶ କଳାଧୂଁଆରେ ପରିପୂର୍ଣ୍ଣ ହୋଇଯାଇଥିଲା । ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

ପୋଲିସଙ୍କ ସୂଚନା ଅନୁସାରେ, ବାଣ ଗୋଦାମରେ ବାରୁଦ ଟେଷ୍ଟ ବେଳେ ଏହି ବିସ୍ପୋରଣ ଘଟିଛି । ଆଉ ଏହି ବିସ୍ପୋରଣରେ ମୃତ୍ୟୁ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୯ ଜଣ ମହିଳା ଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଆଉ ମୃତ ବ୍ୟକ୍ତିଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଆହତମାନଙ୍କୁ ମେଡିକାଲରେ ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button